ପ୍ରଭାସ ଯେତେବେଳେ ତିରୁପତିରେ ବିବାହ କରିବେ ବୋଲି କହିଲେ ତ ଫ୍ୟାନ ମାନେ ବେଶ୍ ଆନନ୍ଦିତ ହୋଇ ଯାଇଥିଲେ। ତେବେ ବିବାହକୁ ନେଇ ପ୍ରଭାସଙ୍କର ଏହି ମନ୍ତବ୍ୟ ଭାଇରାଲ୍ ହେବାରେ ଲାଗିଛି। ଫ୍ୟାନମାନେ ଏବେ ଅଭିନେତାଙ୍କୁ ବର ବେଶରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଆପଣ ଜାଣନ୍ତି ଯେ ପ୍ରଭାସଙ୍କ ନାମ ଦୀର୍ଘ ଦିନ ହେବ ଅଭିନେତ୍ରୀ କ୍ରୀତି ସାନନଙ୍କ ନାମରେ ଯୋଡ଼ି ହୋଇ ରହିଛି। ଅବଶ୍ୟ ଉଭୟ ପ୍ରଭାସ ଓ କ୍ରୀତି ଏହି ଖବରକୁ ଅଫିସିଆଲି ଏଯାଏ କିଛି କ୍ଲିୟର କରି ନାହାନ୍ତି।
ଓମ ରାଉତଙ୍କ ମେଗା ବଜେଟ ଫିଲ୍ମ ହେଉଛି `ଆଦିପୁରୁଷ'। ଜୁନ ୧୬ରେ ଥିଏଟରରେ ହେବ ରିଲିଜ। ପ୍ରଭାସ, ସୈଫ ଅଲ୍ଲୀ ଖାନ, କ୍ରୀତି ସାନନ, ସନୀ ସିଂହଙ୍କ ଏହି ଫିଲ୍ମକୁ ନେଇ ଦର୍ଶକ ବେଶ ଉତ୍ସାହିତ। ଟିଜର ଆସିବା ଦିନଠାରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା। ଫିଲ୍ମ ଆଦିପୁରୁଷ ରିଲିଜ ହେବା ପୂର୍ବରୁ ପ୍ରାୟ ୬୫ ପ୍ରତିଶତ ରୋଜଗାର କରିସାରିଛି। ମୋଟ ୭୦୦ କୋଟି ଟଙ୍କାରେ ନିର୍ମାଣ ହେଉଛି ଏହି ଫିଲ୍ମ।
ଆଦିପୁରୁଷର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଏହିଫିଲ୍ମର ପ୍ରଥମ ଟ୍ରେଲରକୁ ଦର୍ଶକ ବହୁ ମାତ୍ରାରେ ଭଲ ପାଇବା ଦେଇଛନ୍ତି। ଏବେ ଏହି ଫିଲ୍ମର ଦ୍ବିତୀୟ ଟ୍ରେଲର ରିଲିଜ ହେବାକୁ ଯାଉଛି। କିନ୍ତୁ ଏହି ମୁଭିର ପ୍ରି ରିଲିଜ ଇଭେଣ୍ଟ ପୂର୍ବରୁ ସୁପରଷ୍ଟାର ପ୍ରଭାସ ତିରୁପତି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ପ୍ରଭାସ ଏହି ଫିଲ୍ମୁ ନେଇ ବେଶ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର