ଖବର ମୁତାବିକ୍, ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଦୁହିଁଙ୍କୁ ଅନେକ୍ ଦିନରୁ ଡେଟ୍ କରି ଆସୁଥିଲେ । ଏବେ ଖୁବ୍ ଶୀଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ, ତାଙ୍କ ବିବାହର ପ୍ରସ୍ତୁତି ଯୋରସୋରରେ ଚାଲିଛି ।
ସୂଚନାଯୋଗ୍ୟ : ୧୯୯୫ରେ ପ୍ରଭୁଦେବା ରାମଲତାଙ୍କୁ ବିବାହ କରିଥିଲେ । ୨୦୧୦ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାପରେ ୨୦୧୧ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା । ସେତେବେଳେ ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁଦେବାଙ୍କ ଅଫେୟାର ଥିବା ଶୁଣିବାକୁ ମିଳୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନୟନତାରାଙ୍କ ସହିତ ମଧ୍ୟ ସମ୍ପର୍କ ଭାଙ୍ଗିଯାଇଥିଲା । ଏବେ ସେ ସଲମାନ୍ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ‘ରାଧେ’ର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ।