ସମାଧାନ ନୁହେଁ ବିବାଦ କରିବାର ଉଦ୍ଦେଶ୍ୟ ରଖିଥିଲେ ଆନ୍ଦୋଳନକାରୀ
ନୂଆଦିଲ୍ଲୀ : ମାଲାୟାଲମ୍ ସିନେମାର ଜଣାଶୁଣା ଅଭିନେତ୍ରୀ Priya Prakash Varrier ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳେ । ସେ ତାଙ୍କର ଫଟୋ ଓ ଭିଡିଓ ସେୟାର କରି , ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତାଙ୍କର ଲୁକ୍ ଏବଂ ଅନ୍ଦାଜକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ନିକଟରେ ତାଙ୍କ ଅପ୍କମିଙ୍ଗ ଗୀତ ‘ଲାଡି ଲାଡି’ ର ପ୍ରମୋ ଭିଡିଓ ରିଲିଜ୍ ହୋଇ ଯାଇଛି । ପ୍ରିୟା ପ୍ରକାଶ ତାଙ୍କ ୟୂଟ୍ୱୁ୍ୟବ୍ ଚ୍ୟାନେଲ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ଏଥିରେ ପ୍ରିୟା ପ୍ରକାଶଙ୍କ ସହିତ ରୋହିତ୍ ନନ୍ଦନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଦୁହିଁଙ୍କ ଯୋଡିକୁ ଦର୍ଶକ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି ।
ପ୍ରମୋରେ ଦୁହେଁ ଜବରଦସ୍ତ ଅନ୍ଦାଜରେ ଡାନ୍ସ କରୁଥିବା ନଜର ଆସୁଛନ୍ତି । ଏଥିରେ ଦୁହିଁଙ୍କର ଡାନ୍ସ ଷ୍ଟେପ୍ ସାଙ୍ଗକୁ ଦମଦାର ଏନର୍ଜି ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି,ତାଙ୍କର ଏହି ଅପ୍କମିଙ୍ଗ ଗୀତଟି ତେଲୁଗୁ ଭାଷରେ ନିର୍ମିତ ହୋଇଛି ।