ସେ କହିଛନ୍ତି ଯେ, ‘ସେ ସବୁବେଳେ କ୍ରିଏଟିଭ୍ ମାଇଣ୍ଡର,ଯେଉଁଥିପାଇଁ ଆମର ବଣ୍ଡିଂ ବହୁତ୍ ଭଲ ରୁହେ । ନିକ୍ ତାଙ୍କୁ ବହୁତ୍ ପ୍ରଭାବିତ କରିଛନ୍ତି । ପୂର୍ବରୁ ମୁଁ ଯେତେବେଳେ କାହା ଉପରେ ରାଗୁଥିଲି, ସେତେବେଳେ ମୁଁ ଲୋକଙ୍କ ମୁଣ୍ଡ ଖରାପ କରୁଥିଲି, କିନ୍ତୁ ଯେବେଠାରୁ ନିକଙ୍କ ସହ ଅଛି ,ସେବେଠାରୁ ମୁଁ ନିଜକୁ ସମ୍ଭାଳୁଥିବା ଅନୁଭବ କରିଛି । ମୋ ସ୍ବାମୀ ଶାନ୍ତ ସ୍ବଭାବର । କିନ୍ତୁ ମୁଁ ବିଲକୁଲ ‘ମିର୍ଚି’ ପରି । ଏହା ଆଶ୍ଚର୍ଯ୍ୟକର ହୋଇପାରେ କିନ୍ତୁ ମୁଁ ନିକଙ୍କ ଠାରୁ ବହୁତ୍ କିଛି ଶିଖିଛି ।
କେବଳ ଏତିକି ନୁହେଁ ଆଗକୁ ସେ ଏକଥା ମଧ୍ୟ କହିଛନ୍ତି କି, ମୁଁ ନିଜେ ନିଜକୁ ଲକି ମନେକରେ କି, ମୁଁ ମୋ ଫିଲ୍ଡ ସହ ସମ୍ବନ୍ଧିତ ବ୍ୟକ୍ତିକୁ ବିବାହ କରିଛି । ଯେଉଁଥିପାଇଁ ଆମର ବିଚାର,ଚିନ୍ତାଧାରା ମେଳଖାଏ ।
ପ୍ରକାଶ ଥାଉକି, ୨୦୧୮ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ସିଙ୍ଗର ନିକ୍ ଜୋନାସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।