ନିକ୍ କହିଛନ୍ତି, ସେ ଢେରସାରା ପିଲାଙ୍କର ବାପା ହେବାକୁ ଚାହୁଁଛନ୍ତି । ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ନିକ୍ କହିଛନ୍ତି ଯେ, ପ୍ରିୟଙ୍କା ଏବଂ ନିକ୍ଙ୍କ ସମ୍ପର୍କ ଭିତରେ ବେଶ ନିବିଡତା ଏବଂ ଭଲପାଇବା ରହିଛି । କେବଳ ଏତିକି ନୁହେଁ , ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ପାଇଁ ପ୍ରିୟଙ୍କାଙ୍କ ଖୁସି ସବୁଠାରୁ ମହତ୍ୱପୂର୍ଣ୍ଣ ।
ପ୍ରିୟଙ୍କା ତାଙ୍କର ଜୀବନସାଥି ହୋଇଥିବାରୁ ସେ ବହୁତ୍ ଖୁସି । ଆଗାମୀ ଭବିଷ୍ୟତ ପାଇଁ ଦୁହେଁ ସାଥି ହୋଇ ପ୍ରସ୍ତୁତ ହେଉଛନ୍ତି । ଫ୍ୟାମିଲି ପ୍ଲାନିଂକୁ ନେଇ ନିକ୍ କହିଛନ୍ତି ଯେ, ସେ ପ୍ରିୟଙ୍କାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ କହିଛନ୍ତି ଯେ, ସେ ଢେରସାରା ପିଲାର ବାପା ହେବାକୁ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ମଜାଳିଆ ଢଙ୍ଗରେ ତାଙ୍କୁ କୋତୋଟି ପିଲା ଦରକାର ସେ ବିଷୟରେ କହିଥିଲେ ।