2 ଦିନ ପାଇଁ ବନ୍ଦ ହେଲା ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ...
ନୂଆଦିଲ୍ଲୀ : ଦେଶରୁ ବିଦେଶ ଯାଏଁ ସବୁଠି ପରିଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ସବୁବେଳେ ତାଙ୍କ ଅଭିନୟ, ଲୁକ୍ ଓ ତାଙ୍କ ଆଉଟଫିଟକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ଏକ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି ଯେ, ‘ଇନ୍ ଦିନୋ ସୁରଜ୍ କି କିରଣ କୁଛ୍ ଅଲଗ୍ ହି ଅସର୍ ଦିଖା ରହି ହେ’ ।
ପ୍ରିୟଙ୍କା ଏହି ହଳଦିଆ ରଙ୍ଗର ଡ୍ରେସରେ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କର ଏହି ଫଟୋକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ , ଏବେ ଏହି ଡ୍ରେସ୍କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି । Emilio Pucci's RTW (Ready-To-Wear) Resort 2021 କଲେକ୍ସନର ଏହି ଡ୍ରେସ୍ ପିନ୍ଧି ପ୍ରିୟଙ୍କା ଚୋପ୍ରା ଲଣ୍ଡନ ସ୍ଥିତ ଘରେ ଏହି ଫଟୋ କ୍ଲିକ୍ କରାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ଡ୍ରେସର ମୂଲ୍ୟ ରହିଛି ୪,୪୬,୩୪୬ ଟଙ୍କା ।