ନୂଆଦିଲ୍ଲୀ : ସ୍ୱାମୀ ନିକ୍ ଜୋନାସଙ୍କ ସହ ଦୀପାବଳି ପାଳନ କଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଯେ କୌଣସି ପର୍ବ ପର୍ବାଣୀ ହେଉ ନାଁ କାହିଁକି , ସେ ପାଳନ କରିବା ପାଇଁ ବିଲକୁଲ ବି ଭୂଲନ୍ତି ନାହିଁ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ପ୍ରିୟଙ୍କା ଚୋପ୍ରା । ଅନେକ ସମୟରେ ସେ ନିକ୍ ଙ୍କ ସହ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ଠିକ୍ ସେମିତି ନିକଟରେ ଦୀପାବଳି ଅବସରରେ ସେ ନିକ୍ ଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ପାରମ୍ପରିକ ଆଉଟଫିରେ ନଜର ଆସୁଛନ୍ତି । ପ୍ରିୟଙ୍କା ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ,ନିକ୍ ଧଳା ରଙ୍ଗର କୁର୍ତା ପାଇଜାମା ପିନ୍ଧିଛନ୍ତି । ଏବଂ ହାତରେ ପୂଜା ଥାଳି ଧରି, ଦୁହେଁ ଲକ୍ଷ୍ମୀ ମାତାଙ୍କ ପୂଜା କରୁଥିବା ନଜର ଆସୁଛନ୍ତି ।
ତେବେ ଏହି ଫଟୋ ସେୟାର କରିବା ସହିତ, ସେ ଲେଖିଛନ୍ତି ଯେ, ‘ୟା ଦେବୀ ସର୍ବଭୂତେସୁ ଲକ୍ଷ୍ମୀ ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ’ । ତେବେ ନିକ୍ ଜୋନାସଙ୍କୁ ବିବାହ କରିବା ପରେ ମଧ୍ୟ ନିଜ ସଂସ୍କୃତି, ପରମ୍ପରାକୁ ଭୂଲି ନାହାନ୍ତି ପ୍ରିୟଙ୍କା । ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଯାହା ଏବେ ବେଶ ଭାଇରାଲ ହେଉଛି ।