ନୂଆଦିଲ୍ଲୀ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ସମସ୍ତେ ଆଜିର ଦିନକୁ ଅପେକ୍ଷା କରି ରହିଥାନ୍ତି , ପରସ୍ପରଙ୍କୁ ରଙ୍ଗ ଲଗାଇ ଧୂମଧାମରେ ସେଲିବ୍ରେଟ କରିବା ପାଇଁ । ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି , ହୋଲି ସେଲିବ୍ରେସନରେ କିଛି କଟକଣା ଲଗାଯାଇଛି । ତେବେ ସମସ୍ତେ ଆଜି ବାହାରେ ହୋଲି ସେଲିବ୍ରେଟ ନକରି , ନିଜ ଘରେ ନିଜ ପରିବାର ସଦସ୍ୟଙ୍କ ସହ ହୋଲି ସେଲିବ୍ରେଟ କରୁଛନ୍ତି । ତେବେ ଏଥିରୁ ବାଦ୍ ପଡି ନାହାଁନ୍ତି ସେଲିବ୍ରେଟି ମାନେ । ଏଭଳି ପରିସ୍ଥିତିରେ ସମସ୍ତେ ନିଜ ନିଜ ଘରେ ହୋଲି ସେଲିବ୍ରେଟ କରୁଛନ୍ତି । ମସ୍ତି କରିବା ସହିତ ରଙ୍ଗବେରଙ୍ଗର ଫଟୋ ସୋସିଆଲ ମିଡିଆରେ ସେୟାର କରି ଧମାଲ ମଚାଉଛନ୍ତି । ପରସ୍ପରଙ୍କୁ ହୋଲିର ଶୁଭକାମନା ମଧ୍ୟ ଜଣାଉଛନ୍ତି । ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ଶାଶୁଘର ଲୋକଙ୍କ ସହିତ ଧୂମଧାମରେ ହୋଲି ସେଲିବ୍ରେଟ କରିଛନ୍ତି ।
ଭାରତକୁ ଭାରି ଭଲ ପାଆନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବିଦେଶକୁ ସିଫ୍ଟ ହେବାପରେ ମଧ୍ୟ ସେ ରଙ୍ଗ ଉତ୍ସବକୁ ଭୂଲି ନାହାଁନ୍ତି । ବିଦେଶୀ କଲଚର ମଧ୍ୟରେ ସେ ନିଜର ଦେଶୀ ସଂସ୍କୃତି ଓ ପରମ୍ପରାକୁ ମନେ ରଖିଛନ୍ତି । ହୋଲି ଅବସରରେ ସେ ଭାରତୀୟ ଉତ୍ସବକୁ କେତେ ଭଲ ପାଆନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି । ରଙ୍ଗର ପର୍ବ ହୋଲି ଅବସରରେ ସେ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ରଙ୍ଗର ପର୍ବ ହୋଲି ମୋର ସବୁଠାରୁ ପସନ୍ଦିତା ପର୍ବ ମଧ୍ୟରୁ ଏକ ପର୍ବ । ଆଶାକରୁଛି ଆମେ ସମସ୍ତ ଆମ ପରିବାର ସଦସ୍ୟଙ୍କ ସହ ନିଜ ଘରେ ହୋଲି ସେଲିବ୍ରେଟ୍ କରିବା ‘ ।
ଚଳିତ ବର୍ଷ ପ୍ରିୟଙ୍କା ଚୋପ୍ରା ବିଦେଶରେ ତାଙ୍କୁ ଶାଶୁଘରେ ହୋଲି ସେଲିବ୍ରେଟ କରିଛନ୍ତି । ଏହି ଅବସରରେ ତାଙ୍କ ଶାଶୁ,ଶଶୁର,ସ୍ୱାମୀଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଅଛନ୍ତି । ହାତରେ ପିଚକାରି ଧରିଥିବାର ନଜର ଆସୁଛନ୍ତି ପ୍ରିୟଙ୍କା । ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ଭଲପାଇବା ଏବଂ ଶୁଭକାମନା ମଧ୍ୟ ଜଣାଉଛନ୍ତି ।