ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କାଙ୍କ ଦର୍ଶକ ଖୁବ ଦିଓ୍ବାନା। କାରଣ ପ୍ରିୟଙ୍କା ଜଣେ ଦମଦାର ଅଭିନେତ୍ରୀ। ବଲିଉଡ ସହ ହଲିଉଡରେ ମଧ୍ୟ ବେଶ ନାଁ କମେଇଛନ୍ତି। ରିଲ ସହ ରିୟଲ ଲାଇଫ ମଧ୍ୟ ଦର୍ଶକ ଜାଣିବାକୁ ଖୁବ ଏକ୍ସାଇଟେଡ। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ଝିଅ ମାଳତୀ ମେରି ସହ ସମୟ ବିତାଉଛନ୍ତି। ଏଇ କିଛି ଦିନ ହେଲା ପ୍ରିୟଙ୍କା ତାଙ୍କ ଝିଅର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଉ ତାଙ୍କ ଝିଅ ମାଳତୀର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କାଙ୍କ ଝିଅ ମାଳତୀ ମେରି ଦେଖିବାକୁ ଭାରି କ୍ୟୁଟ। ପ୍ରିୟଙ୍କା ତାଙ୍କ ଝିଅକୁ ପରୀ ଭଳି ସଜେଇଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି। ଜନ୍ମ ପରଠାରୁ ମାଳତୀଙ୍କ ଚେହେରା ସୋସିଆଲ ମିଡିଆରେ ଲୁଚାଉଥିବା ପ୍ରିୟଙ୍କା ନିକଟରେ ଏକ ପାର୍ଟିରେ ଝିଅ ମୁହଁ ସାର୍ବଜନୀନ କରିଛନ୍ତି।
ଜାନୁୟାରୀ ୩୦ରେ ଝିଅକୁ ନେଇ ଏକ ଇଭେଣ୍ଟରେ ଆସିଥିଲେ ପ୍ରିୟଙ୍କା। ଏଠାରେ ତାଙ୍କ ସ୍ବାମୀ ନିକ୍ ଜୋନାସ ଏବଂ ତାଙ୍କ ଭାଇମାନେ ସେମାନଙ୍କର ହଲିଉଡ ଓ୍ବାଲ ଅଫ ଫେମ ଷ୍ଟାର ପୁରସ୍କାର ପାଇଥିଲେ। ଏହି ଇଭେଣ୍ଟରେ ଏକ କ୍ରିମ ସ୍ବେଟର ଏବଂ ମ୍ୟାଚିଙ୍ଗ ସର୍ଟସ ପିନ୍ଧିଥିଲେ ମାଳତୀ। ପ୍ରିୟଙ୍କା ତାଙ୍କୁ କୋଳରେ ଧରି ବହୁତ ଖୁସି ନଜର ଆସିଥିଲେ। ହଲିଉଡ ଓ୍ବାକ ଅଫ ଫେମ ଇଭେଣ୍ଟରୁ ମାଳତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ସରୋଗେସି ମାଧ୍ୟମରେ ଜାନୁୟାରୀ ୧୫, ୨୦୨୧ରେ ଝିଅ ଜନ୍ମ ଦେଇଥିଲେ।
ପ୍ରିୟଙ୍କା ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ତାଙ୍କର ପ୍ରଥମ ଓ୍ବେବ ସିରିଜ ସିଟାଡେଲରେ ନଜର ଆସିବେ। ଏହାସହ ହଲିଉଡ ଫିଲ୍ମ ଲଭ ଏଗେନ ଏବଂ ଏଣ୍ଡିଙ୍ଗ ଥିଙ୍ଗ୍ସରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।