ଏହି ଚଢ଼ାଉ ସମୟରେ ଇଡି ୪୧୭ କୋଟି ଟଙ୍କା ଜବତ କରିଛି ।ମହାଦେବ ଅନଲାଇନ୍ ବୁକିଂ ଆପ୍ ବିଦେଶରୁ ପରିଚାଳିତ ହୋଇଥିଲା । କେବଳ ଏତିକି ନୁହେଁ, ୱେବସାଇଟକୁ ପ୍ରୋତ୍ସାହିତ କରିବା ପାଇଁ ବିପୁଳ ପରିମାଣର ବିଜ୍ଞାପନ ମଧ୍ୟ କରାଯାଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଏହି ଚଢ଼ାଉରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଛି । କେବଳ ସେତିକି ନୁହେଁ, ଏଥିରେ ବଲିଉଡର ବଡ ବଡ ତାରକା ଅନ୍ତର୍ଭୁକ୍ତ ଥିବା ଜଣାପଡିଛି।
ବର୍ତ୍ତମାନ ବଲିଉଡର ଅନେକ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଇଡି ଟାଗେର୍ଟରେ ଅଛନ୍ତି । ଏଥିରେ ଅଭିନେତା ଟାଇଗର ଶ୍ରଫ, ନେହା କକ୍କର, ସନ୍ନି ଲିଓନି, କୃଷ୍ଣ ଅଭିଷେକ, ରାହତ ଫତେହ ଅଲି ଖାନ, ବିଶାଲ ଦଦଲାନି ଏବଂ ଅନ୍ୟମାନେ ଅଛନ୍ତି । କୁହାଯାଉଛି ଯେ ବଲିଉଡର ୧୪ ରୁ ଅଧିକ ନାମ ଇଡି ରାଡାରରେ ରହିଛି। କିନ୍ତୁ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମହାଦେବ ଆପ୍ ପ୍ରକୃତରେ ବେଆଇନ ବ୍ୟାଟିଂ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ଯେଉଁଥିରେ କାର୍ଡ ଖେଳ, କ୍ରିକେଟ୍, ବ୍ୟାଡମିଣ୍ଟନ୍ ଖେଳାଯାଏ । ଏହି ଖେଳଗୁଡିକରେ ବେଟିଂ ବେଆଇନ ଭାବରେ କରାଯାଇଥାଏ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: