ନଗର ନିୟୋଜନ ସମ୍ପର୍କିତ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ନଗର ନିୟୋଜକ ବା ଜିଲ୍ଲା ଟାଉନ ପ୍ଲାନର କହିଛନ୍ତି ଯେ, ଏମାନେ ହ୍ରଦର ଜଳଗ୍ରହଣ ଅଞ୍ଚଳରେ ଅନାଧିକୃତ ଭାବେ ଫାର୍ମ ହାଉସ ନିର୍ମାଣ କରିଥିଲେ। ସେଥିପାଇଁ ୩ଟି ଫାର୍ମ ହାଉସକୁ ସିଲ କରିଦିଆଯାଇଛି।
ପଞ୍ଜାବୀ ସିଙ୍ଗର ଦଲେର ମେହେନ୍ଦିଙ୍କ ଫାର୍ମହାଉସ ସିଲ

ଅର୍ଗସ ବ୍ୟୁରୋ: ଜଣାଶୁଣା ପଞ୍ଜାବୀ ସିଙ୍ଗର ଦିଲେର ମେହେନ୍ଦି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ସେ କୌଣସି ଗୀତକୁ ନେଇ ଚର୍ଚ୍ଚାକୁ ଆସି ନାହାନ୍ତି ବରଂ ହରିୟାଣାରେ ଗୁରୁଗ୍ରାମରେ ଥିବା ତାଙ୍କ ଫାର୍ମହାଉସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗୁରୁଗ୍ରାମ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଙ୍ଗଳବାର ରୋହନାରେ ଦମଦମା ହ୍ରଦ ନିକଟରେ ଥିବା ଗାୟକ ଦିଲେର ମେହେନ୍ଦିଙ୍କ ସମେତ ଅନ୍ୟ ୩ଜଣଙ୍କ ଫାର୍ମ ହାଉସକୁ ସିଲ କରିଦେଇଛନ୍ତି।
Download Argus News App
