ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଏହି ଖବର ଘୋଷଣା କରାଯାଇଛି । ଏହି ଫେଷ୍ଟିଭାଲରେ ରାଧିକା ମଦାନ, ରବିନା ଟଣ୍ଡନ୍, ମନୋଜ ବାଜପେୟୀ, ଆହାନ ସେଟ୍ଟୀ, କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଭିନ୍ନ ଭିନ୍ନ ପୁରସ୍କାର ଦିଆଯାଇଛି । ତେବେ ସୁନୀଲ୍ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ ।
ଡିସେମ୍ବର 17 ରେ ରିଲିଜ୍ ହୋଇଥିଲା ପୁଷ୍ପା । ଆଉ ଯେବେଠୁ ରିଲିଜ୍ ହୋଇଛି ସେବେଠାରୁ ଏବେ ଯାଏଁ ଚାରିଆଡେ ଫିଲ୍ମ ପୁଷ୍ପାର କ୍ରେଜ୍ । ଫିଲ୍ମ ଓ ଫିଲ୍ମର ଗୀତ ଗୁଡିକ ସବୁ ଭାଷାରେ ଏବେ ସୁପରହିଟ୍ । ଏହି ଫିଲ୍ମ ତେଲୁଗୁ ସହ ହିନ୍ଦୀ, ମାଲାୟାଲମ୍, କନ୍ନଡ ଭାଷାରେ ରିଲିଜ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ସୁକୁମାର । ଲିଡ୍ ରୋଲ୍ ରେ ଅଭିନୟ କରିଥିଲେ ଆଲୁ ଅର୍ଜୁନ ଓ ରଶ୍ମିକା ମଦାନା ।