ଏହି ଆକ୍ସନ୍ ଡ୍ରାମା ଫିଲ୍ମ ‘ଦସରା’ର ଟିଜରରେ ନନିଙ୍କ ଷ୍ଟାଇଲ୍, ଲୁକ୍ ଏବଂ ତାଙ୍କ ଜୀବନ୍ତ ଅଭିନୟ ଦେଖି ଲୋକଙ୍କ ରିଆକ୍ସନ ବି ଜବରଦସ୍ତ ହୋଇଛି। ତେବେ ଏହି ଟିଜର ଆସିବା ପରେ ଏବେ ଟ୍ରେଲରକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ସୂଚନା ଥାଉକି, ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ-୨’ ଭଳି ବ୍ଳକ୍ ବଷ୍ଟର ଫିଲ୍ମକୁ ଦର୍ଶକମାନେ ଭୁଲି ନଥିବା ବେଳେ ଏବେ ଆଉ ଏକ ଫିଲ୍ମ ଆସୁଛି ଯାହା ବକ୍ସ ଅଫିସରେ ପୁଣି ହଇଚଇ ସୃଷ୍ଟି କରିବ। ଆଉ ଏହି ଦକ୍ଷିଣ ଅଭିନେତା ଜଣଙ୍କ ପୁଣି ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇବେ।
ତେବେ ୨୦୦୮ରେ ତେଲୁଗୁ ଚଳଚ୍ଚିତ୍ର ‘ଅଷ୍ଟା ଚମ୍ମା’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ନନି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିସାରିଛନ୍ତି। ବଡ ପରଦାରେ ରୋମାନ୍ସ ହେଉ କି କମେଡି ହେଉ କିମ୍ବା କୌଣସି ସିରିୟସ୍ ଚରିତ୍ର ହେଉ, ନନି ସବୁଥିରେ ନିଜର ନିଖୁଣ ଅଭିନୟ କରିଛନ୍ତି। ତେବେ ଏହି ‘ଦସରା’ ଫିଲ୍ମର କାହାଣୀ, ଆକ୍ସନ, ନନିଙ୍କ ଡାଏଲଗ ଓ ଅଭିନୟ ତାଙ୍କୁ ପ୍ୟାନ ଇଣ୍ଡିଆ ଷ୍ଟାର କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।