ହ୍ରଦର ସହର ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ । ପରିଣୀତି ଓ ରାଘବ ଚଡାଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ । ନିଜ ବିବାହକୁ ସ୍ମରଣୀୟ କରିବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି ଦୁହେଁ । ଏଥିପାଇଁ ସବୁଠାରୁ ଦାମୀ ହୋଟେଲ ବାଛିଛନ୍ତି । ଦି ଲୀଲା ପ୍ୟାଲେସକୁ ବାଛିଛନ୍ତି ।
ବାହାଘର ଦିନ ପାଖେଇଆସିଛି । ପ୍ରସ୍ତୁତି ଜୋରଦାର ଚାଲିଛି । ସିକ୍ୟୁରିଟିକୁ ବଢାଇଦିଆଯାଇଛି । ବିବାହକୁ ରାଜକୀୟ କରିବାକୁ ଅତିଥିଙ୍କ ପାଇଁ ଖାସ୍ ଡିସ ପ୍ରସ୍ତୁତ କରାଯିବ । ଯେଉଁଠି ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବ ସେଠିକାର ଡାଇନିଙ୍ଗକୁ ପୁରା କାଚରେ ବନାଯାଇଛି । ଏହି ହୋଟେଲରେ ଗୋଟିଏ ରାତିର ଭଡା ୧୦ ଲକ୍ଷ ।
ଅତିଥିଙ୍କୁ ସ୍ୱାଗତ କରିବାକୁ ହୋଟେଲରେ ହୋଇଛି ସ୍ପେଶିଆଲ ଆୟୋଜନ । ଏଥିପାଇଁ ବିଦେଶରୁ ବିଶେଷ ଫୁଲ ମଗାଯାଇଛି । ରାଘବ ଓ ପରିଣୀତିଙ୍କ ପରିବାର ଦୁଇଟି ଅଲଗା ଅଲଗା ହୋଟେଳରେ ରହିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର