ନୂଆଦିଲ୍ଲୀ : ବଲିଉଡ ଅଭିନେତା ରାହୁଲ ରୟଙ୍କ ଶ୍ରୀନଗରରେ ଫିଲ୍ମ ‘ କାର୍ଗିଲ’ ର ସୁଟିଂ ସମୟରେ ମସ୍ତିଷ୍କ ଆଘାତ ହୋଇଥିଲା । ଯାହାପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ , ତାଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅନେକ୍ ଦିନ ଧରି ଚିକିତ୍ସିତ ହେବାପରେ, ସେ ଏବେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ନିଜ ଘରକୁ ଫେରିଛନ୍ତି । ରାହୁଲ ତାଙ୍କ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ଏହା ସହିତ ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ କୋଲାଜ୍ କରି ସେୟାର କରିଛନ୍ତି ।
ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ମୁଁ ହସ୍ପିଟାଲରେ ଅନେକ୍ ଦିନ ଧରି ଚିକିତ୍ସିତ ହେବାପରେ ମୁଁ ଘରକୁ ଫେରିଛି , ମୁଁ ଠିକ୍ ଅଛି ଏବଂ ପୁରାପୁରି ସୁସ୍ଥ ହେବାକୁ ସମୟ ଲାଗିବ । ଯାହା ଏକ ଲମ୍ବା ଯାତ୍ରା । ଆଜି ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି , ଯେଉଁମାନେ ମୋ ସାଥିରେ ଛିଡା ହୋଇଥିଲେ । ସମସ୍ତଙ୍କୁ ଢେର୍ସାରା ଭଲପାଇବା ।