ନିର୍ଦ୍ଦେଶକ ରାଜା ମୌଲି ପୁରସ୍କାର ଗ୍ରହଣ କରି କହିଛନ୍ତି ପାଶ୍ଚାତ୍ୟ ଦେଶରେ ମଧ୍ୟ ଟ୍ରିପଲ ଆରକୁ ଢେର ସାରା ଭଲ ପାଇବା ମିଳିଛି। ଏଥିସହ ଭାରତୀୟଙ୍କୁ ମଧ୍ୟ ଫିଲ୍ମକୁ ବହୁତ ସାରା ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ସାଉଥ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ ରାଜାମୌଲି ତାଙ୍କ ବ୍ଲକବଷ୍ଟର ଆରଆରଆର ସହିତ ଗୋଟିଏ ପରେ ଗୋଟିଏ ନୂଆ ସଫଳତା ହାସଲ କରୁଛନ୍ତି। ନିକଟରେ ସେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ୨୦୨୨ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି। ନିର୍ଦ୍ଦେଶକ ତାଙ୍କ ସ୍ତ୍ରୀ ରମା ରାଜା ମୌଲି, ପୁଅ ଏସ ଏସ କାର୍ତ୍ତିକେୟ ଏବଂ ପରିବାରଙ୍କ ସହ ପୁରସ୍କାର ଶୋରେ ଯୋଗ ଦେଇଥିଲେ।