ନିକଟରେ ରାଖୀ ସାଓ୍ବାନ୍ତଙ୍କର ବିବାହ ଏକ ମୁସଲିମ ସମ୍ପ୍ରଦାୟରେ ହୋଇଥିଲା। ହେଲେ ଏବେ ଏହି ବିବାହ ଭାଙ୍ଗିବାକୁ ବସିଛି। ରାଖୀ ସାଓ୍ବନ୍ତଙ୍କର ସ୍ବାମୀ ଆଦିଲ ଖାନଙ୍କୁ ମଙ୍ଗଳବାର ମୁମ୍ବାଇ ପୋଲିସ ଗିରଫ କରିଛି। ରାଖୀ ଆଦିଲଙ୍କୁ ନେଇ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ରାଖୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି, ମୋର ଏବଂ ଆଦିଲଙ୍କର ସମ୍ପର୍କ ସବୁଦିନ ପାଇଁ ଶେଷ ହୋଇଛି। କାରଣ ମୋ ଜୀବନ ନଷ୍ଟ କରିଛନ୍ତି ଆଦିଲ। ଏ କଷ୍ଟ ଆଉ ସହିପାରିନି। ବିବାହ ପରଠାରୁ ରାଖୀଙ୍କ ଜୀବନରେ କିଛି ନା କିଛି ନୂଆ ଘଟଣା ଘଟି ଚାଲିଛି। ରାଖୀ ଆଉ ମଧ୍ୟ କହିଛନ୍ତି ମୋ ମା’ ଆଦିଲଙ୍କ ପାଇଁ ମୃତ୍ୟୁବରଣ କରିଛନ୍ତି।
ରାଖୀ ଆଦିଲ ଦୁରାନୀଙ୍କ ବିରୋଧରେ ମୁମ୍ବାଇ ଓସିଆରା ପୋଲିସ ଷ୍ଟେଶନରେ ମାରପିଟ ସହ ପ୍ରତାରଣାର ଅଭିଯୋଗ କରିଥିଲେ। ଉକ୍ତ ଏତଲାରେ ଉଲ୍ଲେଖ ଥିଲା ଯେ, ତାଙ୍କ ସ୍ବାମୀ ତାଙ୍କ ଗହଣା ସହ ୧କୋଟି ଟଙ୍କା ନେଇ ପଳେଇଯାଇଥିଲେ। ଓସିଆରା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତାଙ୍କ ସ୍ବାମୀ ଆଦିଲଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
ଏହାପୂର୍ବରୁ ରାଖୀ ତାଙ୍କ ସ୍ବାମୀଙ୍କ ଉପରେ ଏକ୍ସଟ୍ରା ମାରିଟାଲ ଆଫେୟାରର ଅଭିଯୋଗ ଆଣିଥିଲେ। ରାଖୀଙ୍କ କହିବା ଅନୁଯାୟୀ ଆଦିଲଙ୍କର ତନୁ ନାମ୍ନୀ ଜଣେ ମହିଳାଙ୍କ ସହ ରିଲେଶନ ଅଛି। ରାଖୀ ତନୁଙ୍କ ନାଁ କହିବାପରେ ହିଁ ସୋସିଆଲ ମିଡିଆରେ ଆଦିଲଙ୍କ ସହ ତନୁଙ୍କର କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିବା ନଜରକୁ ଆସିଛି। କୁହାଯାଉଛି ଯେ, ତନୁ ଆଦିଲଙ୍କ ଠାରୁ ବୟସରେ ବଡ଼ ହୋଇଥିବାବେଳେ ସେ ଜଣେ ବିଜନେସ ଓମ୍ୟାନ ମଧ୍ୟ। ଆଦିଲ ଅନ୍ୟ ଝିଅ ସହ ସହ ମାରପିଟ କରି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ରାଖୀ।