ନୂଆଦିଲ୍ଲୀ : ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କିଛି କହିବେ, ଆଉ ତାହା ପୁଣି ଚର୍ଚ୍ଚାର ପରିସରକୁ ନଆସିବ । ଏହା କେମିତି ହୋଇ ପାରିବ । ନିକଟରେ ରାକ୍ଷୀ ସାୱନ୍ତ ଜିମ୍ ପାଇଁ ଯାଉଥିଲେ । ଏହି ସମୟରେ ତାଙ୍କୁ ପାପାରାଜି ଘେରି ଯାଇଥିଲେ । ରାକ୍ଷୀ ହେଉଛନ୍ତି ବହୁତ୍ ମିଳାମିଶା ଲୋକ । ତାଙ୍କର କଥା ବର୍ତ୍ତା କରିବାର ଢଙ୍ଗ ଟିକେ ଭଡକିଲା ଭଳି ହୋଇଥାଏ ସତ, ହେଲେ ତାଙ୍କ ବ୍ୟବହାରରେ ଶାଳୀନତାର ଝଲକ୍ ଦେଖିବାକୁ ମିଳେ । ନିକଟରେ ଫଟୋଗ୍ରାଫର ରାକ୍ଷୀ ସାୱନ୍ତଙ୍କୁ ବଲିଉଡରେ ବଢୁଥିବା କରୋନା ସମ୍ପର୍କରେ କଥାବର୍ତ୍ତା କରିଥିଲେ । ରାକ୍ଷୀ କହିଥିଲେ କେଉଁଭଳି କରୋନାକୁ ରୋକା ଯାଇ ପାରିବ ।
ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ତାଙ୍କର ପ୍ରତିକ୍ରିୟା ମଗାଯାଉଛି । ସେ ଏହାର ଜବାବ୍ ଦେଇ ସେ କହିଛନ୍ତି ଯେ, ଆଜିକାଲି ବହୁତ୍ ଲୋକ ଫେକ୍ କରୋନା ସାର୍ଟିଫିକେଟ୍ ବାହାର କରୁଛନ୍ତି । ଯଦି ଲୋକମାନେ ଏମିତି କରିବା ବନ୍ଦ କରିବେ, ତେବେ କରୋନା ଶେଷ ହୋଇଯିବ । ଲୋକ ମାନେ ଫ୍ଲାଇଟରେ ଆସନ୍ତି,ଟେଷ୍ଟ ନକରି ଫେକ୍ ସାର୍ଟିଫିକେଟ ଦେଖାଇ ଦିଅନ୍ତି । ଏବଂ କୁହନ୍ତି ଯେ, ତାଙ୍କର କରୋନା ଟେଷ୍ଟ ହୋଇ ଯାଇଛି । ଆଖପାଖରେ ନକଲି ଲୋକ କିଏ ? ମୁଁ ହାତଯୋଡି ଅନୁରୋଧ କରୁଛି ,ଏମିତି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିବା ବନ୍ଦ କରନ୍ତୁ । ନିଜର ଟେଷ୍ଟ କରାନ୍ତୁ ଏବଂ ୨୪ ଘଂଟା ମାସ୍କ ପିନ୍ଧନ୍ତୁ ।