ପଥର ବ୍ଲାଷ୍ଟିଂରେ ଶରୀର ହୋଇଗଲା ପଙ୍ଗୁ
ନୂଆଦିଲ୍ଲୀ : ଏଣ୍ଟରଟେନ୍ମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତ ବିଗ୍ବସ୍ ସିଜିନ୍ ୧୪ର ଟପ୍ ୫ ଜଣଙ୍କ ମଧ୍ୟରେ ରହିଥିଲେ । ବିଗ୍ବସ୍ ହାଉସରୁ ରାକ୍ଷୀ ବାହାରକୁ ଆସିବା ପରେ, ଇନଷ୍ଟାଗ୍ରାମରେ ସେ ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ, ତାଙ୍କ ମା’ କ୍ୟାନସରରେ ପୀଡିତ ଅଛନ୍ତି । ସେ ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି ,ଯେଉଁଥିରେ ସେ ତାଙ୍କର ସମସ୍ତ ଫ୍ୟାନ୍ସମାନଙ୍କୁ ଯେମିତି ତାଙ୍କ ମା’ ଜଲଦୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତୁ, ସେଥିପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।
ରାକ୍ଷୀ ସାୱନ୍ତ ସେୟାର କରିଥିବା ଫଟୋରେ ତାଙ୍କ ମା’ ଅସୁସ୍ଥ ଥିବା ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ ପ୍ଲିଜ୍ ମୋ ମା’ଙ୍କ ପାଇଁ ପ୍ରାର୍ଥନା କରନ୍ତୁ ,ସେ କ୍ୟାନସର ଟ୍ରିଟମେଣ୍ଟ ହେଉଛନ୍ତି’ । ତାଙ୍କର ଏହି ପୋଷ୍ଟରେ ଫ୍ୟାନ୍ସମାନଙ୍କ ସମେତ କିଛି କଳାକାର ମଧ୍ୟ ତାଙ୍କ ମା’ଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।