ରାକ୍ଷୀଙ୍କ ସାୱନ୍ତଙ୍କ ମା’ ଅନେକ୍ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ତାଙ୍କର କ୍ୟାନସର ଟ୍ରିଟମେଣ୍ଟ ଜାରି ରହିଛି । ସେୟାର କରିଥିବା ଭିଡିଓ ମାଧ୍ୟମରେ ରାକ୍ଷୀ କହୁଛନ୍ତି ଯେ, ଆଜି ତାଙ୍କ ମା’ଙ୍କ ଅପରେସନ୍ ହେବାର ଅଛି ଏବଂ ଶେଷରେ ଆଜି ତାଙ୍କ ଟ୍ୟୁମର ବାହାର କରାଯିବ । ଏହା ସହିତ ସେ କହିଛନ୍ତି ଯେ, ଡକ୍ଟର ସଞ୍ଜୟ ଶର୍ମା ତାଙ୍କ ମା’ଙ୍କ ଅପରେସନ୍ କରିବେ । ଏହା ସହିତ ସେ ଭାଇଜାନ୍ ସଲମାନ୍ ଖାନଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି ।
ରାକ୍ଷୀଙ୍କ ମା’ କହିଛନ୍ତି ଯେ, ଧନ୍ୟବାଦ୍ ସଲମାନ୍ ବେଟା । ଯେତେବେଳେ ଆମ ପାଖରେ ଟଙ୍କା ନଥିଲା ,ତ ମତେ ଲାଗୁଥିବା ମୁଁ ମରି ଯିବି । କିନ୍ତୁ ପରମେଶ୍ୱର ସଲମାନ୍ ଖାନଙ୍କୁ ଆମର ରକ୍ଷା କରିବାକୁ ପଠାଇଥିଲେ । ସେ ସମୟରେ ସଲମାନ୍ ଆମର ସାହାଯ୍ୟ କରିଥିଲେ । ଏବଂ ଆଜି ମୋର ଅପରେସନ୍ କରାଯିବ । ତାଙ୍କର ପୁରା ପରିବାର ଆମ ସାଥିରେ ଅଛନ୍ତି । ମୁଁ ତୁମକୁ ଏବଂ ତୁମର ପୁରା ପରିବାରକୁ ଧନ୍ୟବାଦ୍ ଜଣାଉଛି । ତୁମ ପରିବାର ସବୁବେଳେ ଭଲରେ ଥାଉ । ମୋ ପରମେଶ୍ୱର ସବୁବେଳେ ତୁମ ସାଥିରେ ରୁହନ୍ତୁ । ତୁମକୁ ମୋର ଆର୍ଶିବାଦ, ତୁମେ ବହୁତ୍ ଆଗକୁ ବଢ ।
କେବଳ ରାକ୍ଷୀ ଙ୍କ ମା’ ନୁହନ୍ତି ବରଂ ନିଜେ ରାକ୍ଷୀ ସାୱନ୍ତ ମଧ୍ୟ ସଲମାନ୍ ଖାନଙ୍କୁ ଧନ୍ୟବାଦ୍ ଜଣାଇ କହୁଛନ୍ତି ଯେ, ମୋ ମା’ ଙ୍କ ଜୀବନ ବଞ୍ଚାଇଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ଼୍ୟବାଦ୍ । ଧନ୍ୟବାଦ୍ ଭଗବାନ୍ ଏବଂ ସଲମାନ୍ ଖାନ୍ ଭାଇ । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ତାଙ୍କ ମା’ ଜଲଦୀ ସୁସ୍ଥ ହୋଇଯିବା ନେଇ ପ୍ରାର୍ଥନା କରୁଛନ୍ତି ।