ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରୁକୁଲ୍ ପ୍ରୀତ୍ ସିଂ ନିକଟରେ ସାଇକେଲ ଯୋଗେ ଯାଇ ପହଁଞ୍ଚିଥିଲେ ସୁଟିଂ ସେଟରେ । ଆଉ ତା ପୁଣି ସେ ନିଜେ ସାଇକେଲ ଚଳାଇ ଯାଇଥିଲେ । ଆପଣମାନେ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଆଜ୍ଞା ହଁ । ଆଶ୍ଚର୍ଯ୍ୟ ହେବା ନିହାତି ସ୍ୱାଭାବିକ୍ କଥା । କାହିଁକି ନାଁ ,ଏତେ ବଡ ଅଭିନେତ୍ରୀ ହୋଇ ନିଜେ ସାଇକେଲ ଚଲାଇ ସୁଟିଂ ସେଟକୁ ଯିବା , କଥାଟା ଯେକେହିବି ଶୁଣିଲେ ପ୍ରଥମେ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ପ୍ରକୃତ କଥାଟି ହେଲା-
ସେ ସାଇକେଲ ଯାଗେ ସୁଟିଂ ସେଟରେ ପହଁଞ୍ଚି ନିଜର ଜିମ୍ ସମୟ ବଞ୍ଚାଇଥିଲେ । ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ସେ ସାଇକେଲ ଚଲାଇ ଯାଉଥିବା ସମୟରେ, କେହି ଜଣେ କାରରୁ ତାଙ୍କର ଭିଡିଓ ସୁଟିଂ କରୁଥିବା ନଜର ଆସୁଛନ୍ତି ।
ରକୁଲ ପ୍ରୀତ୍ ସିଂ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ ମୁଁ ଏକଥା କହିବାକୁ ଚାହେଁ ଯେ, ସମୟ ବଞ୍ଚାଇବା ପାଇଁ ମୁଁ ୧୨ କିଲୋମିଟର ସାଇକେଲ ବ୍ୟବହାର କରିଥିଲି । ସେ ଏବେ ଫିଲ୍ମ’ମେଡେ’ର ସୁଟିଂ ଆରମ୍ଭ କରିଛନ୍ତି । ଏଥିରେ ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନ ,ଅଜୟ ଦେବଗନ୍ ଏବଂ ଅଙ୍ଗିରା ଧରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।