ଖୁବ୍ ଶୀଘ୍ର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ। ଅଭିନେତ୍ରୀ ଦୀର୍ଘ ସମୟ ଧରି ଜ୍ୟାକି ଭାଗନାନୀଙ୍କ ସହ ରିଲେସନଶିପ୍ରେ ଅଛନ୍ତି। ପ୍ରାୟତଃ ଉଭୟ ଏକାଠି ସ୍ପଟ୍ ହେଉଥିବା ବେଳେ ବିବାହକୁ ନେଇ ଆଲୋଚନା ହେଉଛି। ବର୍ତ୍ତମାନ ରକୁଲଙ୍କ ଭାଇ ଏହି ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। କୁହାଯାଉଛି ୨୦୨୩ ମସିହାରେ ଏହି କପଲ୍ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଦୀର୍ଘ ସମୟ ଧରି ଦୁହେଁ ପରସ୍ପରକୁ ପସନ୍ଦ କରୁଛନ୍ତି। ରକୁଲ ଏବଂ ଜ୍ୟାକି ପ୍ରାୟତଃ ଏକାଠି ନଜର ଆସନ୍ତି। ସେମାନଙ୍କ ସମ୍ପର୍କକୁ ଏକ ପାଦ ଆଗକୁ ନେବାକୁ ଚାହୁଁଛନ୍ତି। ଏଥିରେ ରକୁଲଙ୍କ ଭାଇ ମଧ୍ୟ ସହମତ ହୋଇଛନ୍ତି। ଅଭିନେତ୍ରୀଙ୍କ ଭାଇ ଅମାନ କହିଛନ୍ତି, ରକୁଲ ଜ୍ୟାକିଙ୍କ ସହ କିଛି ପ୍ରୋଜେକ୍ଟରେ କାମ କରିଛନ୍ତି। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରିବାକୁ ମଧ୍ୟ ଚାହାଁନ୍ତି। ବର୍ତ୍ତମାନ ବିବାହ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ତେଣୁ ଉଭୟ ବିବାହ ପାଇଁ ଭାବି ଚିନ୍ତି ନିଷ୍ପତ୍ତି ନେବେ। ରକୁଲ ନିଜେ ଏନେଇ ଦର୍ଶକଙ୍କୁ ଜଣାଇବେ ଆପଣମାନେ ସେଥିଲାଗି ଦୁହିଁଙ୍କୁ ସେମିତି ଭଲ ପାଇବା ଦେଉଥାନ୍ତୁ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।