ଅଭିନେତ୍ରୀ ରମ୍ଭା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ଶେୟାର କରିଛନ୍ତି । ତାଙ୍କ କାର୍ ଦୁର୍ଘଟଣାର ଖବର ଶେୟାର କରିଛନ୍ତି । ସେ କାର୍ର ଚିତ୍ର ମଧ୍ୟ ଶେୟାର କରିଛନ୍ତି । ରମ୍ଭାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କ ଅବସ୍ଥା ବିଷୟରେ ପଚାରିଛନ୍ତି । ଏହାସହ ତାଙ୍କ ଝିଅର ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି। ଏଥି ସହିତ, ଅନେକ ଲୋକ ମଧ୍ୟ ଏହି କଷ୍ଟ ସମୟରେ ରମ୍ଭାଙ୍କୁ ଷ୍ଟ୍ରଙ୍ଗ ହେବାକୁ ପରାମର୍ଶ ଦେଉଛନ୍ତି । ସୂଚନା ଥାଉକି, ଅନେକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ରମ୍ଭା । କେବଳ ବଲିଉଡ ନୁହେଁ ଦକ୍ଷିଣ ଫିଲ୍ମରେ ବି ଥିଲା ତାଙ୍କର ଦବ ଦବା। ରମ୍ଭା ଏବେ କାନାଡ଼ାରେ ନିଜ ଫ୍ୟାମିଲି ସହିତ ରହୁଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।