ଏହି ଭିଡିଓ ସେୟାର କରି ନିତୁ ଲେଖିଛନ୍ତି ‘ଜୟ ମାତା ଦି’ । ନବରାତ୍ରୀ ଅବସରରେ ସେୟାର କରିଥିବା ଏହି ଭିଡିଓକୁ , କେବଳ ପ୍ରଶଂସକ ନୁହଁନ୍ତି ବରଂ ସେଲିବ୍ରେଟି ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।
କାମ ବିଷୟରେ ଦେଖିବାକୁ ଗଲେ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ ବ୍ରହ୍ମାସ୍ତ୍ର’ ଯେଉଁଥିରେ ତାଙ୍କୁ ସୁପରଷ୍ଟାର ଅମିତାଭ୍ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ସହ ଦେଖିବାକୁ ମିଳିବ ।
ନିତୁ ସିଂ ଅଭିନୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଯେତେବେଳେ ୮ ବର୍ଷ ବୟସର ହୋଇଥିଲେ ସେତେବେଳେ ସେ ଚଳଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ବର୍ତମାନ ଯାଏଁ ଚଳଚିତ୍ର ଜଗତରେ ସେ ତାଙ୍କର ଅଭିନୟର ଯାତ୍ରା ଜାରି ରଖିଛନ୍ତି ।