ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର ତାଙ୍କର ଅଭିନୟ ଏବଂ ଡାନ୍ସକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଆଜି ଯାଏଁ ଦର୍ଶକ ତାଙ୍କର ବିଭିନ୍ନ ପ୍ରକାରର ଫିଲ୍ମ ଦେଖିଛନ୍ତି କିନ୍ତୁ ଆଗକୁ ତାଙ୍କର ଏପରି ଏକ ଫିଲ୍ମ ଦେଖିବେ ଯାହା ଆଗରୁ କେବେ ଦେଖିନାହାଁନ୍ତି ।
Brahmastra ଏବଂ Shamshera ଭଳି ଫିଲ୍ମରେ ରଣବୀର କପୁର ଜବରଦସ୍ତ ଆକ୍ସନ କରୁଥିବା ନଜର ଆସିବେ । ଏଥିପାଇଁ ସେ କଠିନ ପରିଶ୍ରମ କରୁଛନ୍ତି । ରଣବୀରଙ୍କ ଫ୍ୟାନ ପେଜରେ ସବୁବେଳେ ତାଙ୍କର ଫଟୋ ସେୟାର ହେଉଥିବା ଦେଖିବାକୁ ମିଳେ । ନିକଟରେ ଇନ୍ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ଫୁଲ ଦମରେ ୱାକ୍ର୍ଆଉଟ କରୁଥିବା ନଜର ଆସୁଛନ୍ତି । ଭାରି ଡିମ୍ବଲ୍ସ ସହିତ ରଣବୀର ବାଇସେପ୍ସ ସୋଲ୍ଡର ୱାର୍କଆଉଟ କରୁଥିବା ଦେଖିବାକୁ ମିଳୁଛି । ତାଙ୍କୁ ସେଠାରେ ଟ୍ରେନ୍ କରୁନ୍ତି ଜଣାଶୁଣା ସେଲିବ୍ରେଟି ଟ୍ରେନର୍ ।
ସୂଚନାଯୋଗ୍ୟ : ଅଭିନେତା ରଣବୀର କପୁର ଖୁବ୍ ଶୀଘ୍ର ଫିଲ୍ମ’ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମ ବିଷୟରେ ପୂର୍ବରୁ ଆନାଉନ୍ସମେଣ୍ଟ ହୋଇସାରିଥିବା ବେଳେ, ନିର୍ମାତା ଏହାର ଲୋଗ ମଧ୍ୟ ରିଲିଜ୍ କରି ସାରିଛନ୍ତି । ଆଉ ଏବେ ରଣବୀରଙ୍କ ଲୁକ୍ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି ।
ଆୟାନ୍ ମୂଖାର୍ଜିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ମାଧ୍ୟମରେ, ପ୍ରଥମ ଥର ପାଇଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପରଦାରେ ଏକାସହ ନଜର ଆସିବେ ।