ପିଙ୍କଭିଲା କାର୍ଯ୍ୟକ୍ରମରେ ରଣବୀର ଫିଲ୍ମ `ଆନିମଲ’ ପରେ ବ୍ରେକ ନେବେ ବୋଲି କହିଛନ୍ତି। କାରଣ ସେ ତାଙ୍କ ଝିଅ ଛୋଟବେଳକୁ ମିସ କରିବାକୁ ଚାହୁଁ ନାହାନ୍ତି। ଅନ୍ୟମାନଙ୍କ ଭଳି ପଇସା ପାଇଁ କାମ କରୁ ନାହାନ୍ତି। ଫିଲ୍ମ ସାଇନ କରିବା ଠାରୁ ବଡ଼ କଥା ମୋ ଝିଅ ରାହାର ଛୁଆ ବେଳକୁ ଏଞ୍ଜୟ କରିବାକୁ ଚାହେଁ। ରାହା ସହ ସମୟ ବିତାଇବାକୁ ମୁଁ ୬ ମାସ ଫିଲ୍ମରୁ ବ୍ରେକ ନେଉଛି।

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ରଣବୀର ତାଙ୍କ ଝିଅ ସହ ସମୟ ବିତାଇବାକୁ ଚାହୁଁଛନ୍ତି। କାରଣ ସେ ତାଙ୍କ ଝିଅକୁ ବହୁତ ଭଲ ଆଆନ୍ତି। କାମକୁ ଯିବାବେଳେ ସେ ଝିଅ ସହ ଅଧଘଣ୍ଟା ଖେଳିଲା ପରେ ହି ସୁଟିଂ ସେଟକୁ ଯାଇଥାନ୍ତି ବୋଲି କହିଛନ୍ତି। ରଣବୀର ତାଙ୍କ ଝିଅକୁ ବହୁତ ଭଲ ଆଆନ୍ତି।

ଅର୍ଗସ ବ୍ୟୁରୋ: କାଳବୈଶାଖୀର ୩ଦିନ ପରେ ବି ମଧ୍ୟ ଆଜି ପର୍ଯ୍ୟନ୍ତ ଆସୁନି ବିଜୁଳି ମିଳୁନି ପିଇବା ପାଣି ।ହନ୍ତ ସନ୍ତ ହଉଛନ୍ତି ଲୋକେ। ସୂଚନା ମୁତାବକ ଗତ 6 ତାରିଖ ଅପରାହ୍ନ ସମୟରେ ଜଳେଶ୍ୱର ରେ କାଳ ବୈଶାଖୀ ପ୍ରଭାବରେ ଜୋରରେ ପବନ ବର୍ଷା ହୋଇଥିଲା । ଯାହାଫଳରେ ବିଦ୍ୟୁତ କାଟ ହୋଇଥିଲା
କିନ୍ତୁ ଜଳେଶ୍ୱର ପୌରାଞ୍ଚଳ ଅଧୀନ 8 ନମ୍ବର ୱାର୍ଡ ରେ ଆଜି ପ୍ରଯ୍ୟନ୍ତ ବିଜୁଳି ଆସିଲା ନାହିଁ। ଯାହା ଫଳରେ ପାନୀୟ ଜଳ ର ଅସୁବିଧା ଉପୁଜିଥିବା ବେଳେ ଗରମରେ ହନ୍ତସନ୍ତ ହଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ୟ ମଧ୍ୟ ବିଦ୍ୟୁତ ବିଭାଗ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର: ଟ୍ବିନ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ । ବିଭିନ୍ନ ସ୍ଥାନରେ ପବନ ସହ ଖଣ୍ଡିଆ ଭୂତ ଦେଖାଯାଇଛି । ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବର୍ଷା ପରେ ରାଜଧାନୀବାସୀ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...

ନୂଆଦିଲ୍ଲୀ: ଅଞ୍ଜଳୀଙ୍କ ହାତରେ ବିକ୍ରମଙ୍କ ନାମର ମେହେନ୍ଦୀ ଥିଲା। ଉଭୟଙ୍କ ବିବାହକୁ ମାତ୍ର ୧୭ ଦିନ ହେଇଥିଲା । ପରିବାରରେ ହର୍ଷଉଲ୍ଲାସର ମାହୋଲ ଥିଲା। ଠିକ୍ ଏହି ସମୟରେ ଅଞ୍ଜଳୀ ଏବଂ ବିକ୍ରମଙ୍କ ରୁମ୍ରୁ ଶୁଭିଲା ଚିତ୍କାର। ଏ ଭୟଙ୍କର ରଡି ଥିଲା ଅଞ୍ଜଳିଙ୍କର । ଚତ୍କାର ଶୁଣି ପରିବାର ଲୋକେ ଦୌଡିଲେ ନୂଆ ବିବାହିତ ଦମ୍ପତ୍ତିଙ୍କ ରୁମ୍ ଆଡେ। ସେଠି ପହଞ୍ଚି ପରବାର ଯାହା ଦେଖିଲେ ତାହା ଥିଲା ଏକ ଅସମ୍ଭବ ଘଟଣା। ବିକ୍ରମଙ୍କ ହାତ ରକ୍ତ ଯୁଡ଼ୁବୁଡୁ , ତଳେ ପଡିଛନ୍ତି ସ୍ତ୍ରୀ ଅଞ୍ଜଳି। ଯାହାଙ୍କ ନାମର ମେହେନ୍ଦୀ ଲାଗିଥିଲା ଅଞ୍ଜଳୀଙ୍କ ହାତରେ, ସେଇ ହାତ ଅଞ୍ଜଳୀଙ୍କ ହତ୍ୟାକାରୀ ସାଜିଛି।
ଏମିତି କଣ ହେଲା କେଜାଣି ଅମାନୁଶିକ ଭାବେ ୧୦ ଥର ଛୁରିରେ ଭୁଷି ହତ୍ୟାକଲା ସ୍ତ୍ରୀକୁ। ବିବାହର ମାତ୍ର ୧୭ ଦିନ ଆଉ ସ୍ୱାମୀର ଛୁରୀ ଚୋଟ ଥିଲା ୧୦ । ଏପରି ଛାତି ଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ। ୨୧ ମେ ୨୦୨୩ରେ ଅଞ୍ଜଳୀଙ୍କ ହାତ ଧରିଥିଲେ ବିକ୍ରମ। ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ କରିଥିଲା ବିକ୍ରମ। କିନ୍ତୁ ୧୭ ଟା ଦିନ ନ ହେଉଣୁ ସ୍ତ୍ରୀକୁ ହତ୍ୟା କରି ସଇତାନ ସାଜିଲା ବିକ୍ରମ। ସୁରକ୍ଷା କବଚ ହୋଇଥିଲା ସ୍ୱାମୀ। କିନ୍ତୁ ସାଜିଲା ପିସାଚ। ଅଞ୍ଜଳୀ ଏବେ ଆରପାରିରେ, ହତ୍ୟାକାରୀ ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ।
ଅଧିକ ପଢନ୍ତୁ ଭାରତ ଖବର
