ଭାଇରାଲ ହେଉଥିବା ତାଙ୍କର ଏହି ଫଟୋରେ ତାଙ୍କ ଝିଅ ମଧ୍ୟ ନଜର ଆସୁଛନ୍ତି । ଏହା ସହିତ ରଣବିଜୟ ତାଙ୍କ ପତ୍ନୀଙ୍କ ପେଟରେ ହାତ ରଖିଥିବା ନଜର ଆସୁଛି । ଏହି ଫଟୋ ଦେଖିବା ପରେ, ସେ ତାଙ୍କର ଆସିବାକୁ ଯାଉଥିବା ବେବିକୁ ନେଇ କେତେ ଖୁସି ଅଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି ।
ଦ୍ୱିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି ରଣବିଜୟ ସିଂହ

ନୂଆଦିଲ୍ଲୀ : ଦ୍ୱିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି Roadies ଫେମ୍ ରଣ୍ବିଜୟ ସିଂହ । ନିକଟରେ ରଣବିଜୟ ସିଂହ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଫ୍ୟାମିଲି ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଆଉ ଏକ ଖୁସିଖବର ମଧ୍ୟ ସେୟାର କରିଛନ୍ତି । ସେ ସେୟାର କରିଥିବା ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ନଜର ଆସୁଛନ୍ତି । ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ୍ ସେଲିବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
Download Argus News App
