ପ୍ରକାଶ ଥାଉକି, ରାନୁ ମଣ୍ଡଳ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ‘ଏକ୍ ପ୍ୟାର କା ନଗମା ହେ’ ଗୀତ ଗାଇ ପ୍ରସିଦ୍ଧ ହୋଇଥିଲେ । ରେଳ ଷ୍ଟେସନରେ ବସି ଗୀତ ଗାଉଥିଲେ ରାନୁ ।
ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ଗୀତ ଗାଇ, ରାତାରାତି ସୋସିଆଲ ମିଡିଆ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳକୁ ନେଇ, ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି’ ମିସ୍ ରାନୁ ମାରିଆ’ । ଏହାର ଡାଇରେକ୍ଟର ରହିଛନ୍ତି Hrishikesh Mondal । ଫିଲ୍ମରେ ରାନୁ ମଣ୍ଡଳଙ୍କ ଚରିତ୍ରରେ, ଅଭିନେତ୍ରୀ ଇସିକା ଦେ ନଜର ଆସିବାକୁ ଯାଉଛନ୍ତି । ସେ ଅନେକ ବଙ୍ଗଳୀ ଏବଂ ହିନ୍ଦୀ ଫିଲ୍ମରେ କାମ କରି ସାରିଛନ୍ତି । ପ୍ରଥମ ଥର ପାଇଁ କୌଣସି ଏକ ହିନ୍ଦୀ ଫିଲ୍ମରେ ମୁଖ୍ୟ ଚରିତ୍ରରେ କାମ କରିବାର ସୁଯୋଗ ପାଇଥିବାର, ବହୁତ୍ ଖୁସି ଅଛନ୍ତି ଇସିକା । ତାଙ୍କୁ ଏହି ଚରିତ୍ର ମିଳିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ବୋଲି କହୁଛନ୍ତି । ଏହା ସହିତ ରାନୁ ମଣ୍ଡଳଙ୍କ ଯାତ୍ରା ବେଶ ରୋଚକ ରହିଥିବା କଥା ମଧ୍ୟ ସେ କହିଛନ୍ତି ।
ପ୍ରକାଶ ଥାଉକି, ରାନୁ ମଣ୍ଡଳ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ‘ଏକ୍ ପ୍ୟାର କା ନଗମା ହେ’ ଗୀତ ଗାଇ ପ୍ରସିଦ୍ଧ ହୋଇଥିଲେ । ରେଳ ଷ୍ଟେସନରେ ବସି ଗୀତ ଗାଉଥିଲେ ରାନୁ ।