ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ ଏବେ ଯାଏଁ ସମ୍ପୂର୍ଣ୍ଣ ଠିକ୍ ହୋଇନାହିଁ । ଏବେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ସହିତ, ମାସ୍କ ପିନ୍ଧିବା ବହୁତ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି, ଅନେକ୍ କଳାକାର ପର୍ଯ୍ୟନ୍ତ ଅନେକ୍ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଠିକ୍ ସେମିତି ନିକଟରେ ବଲିଉଡ କଳାକାର Ranvir shoreyଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି । ସେ କରୋନା ସଂକ୍ରମିତ ହୋଇଛନ୍ତି ।
ରଣବୀର ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ସେ । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ଆସିଛି । ଅଳ୍ପ ଲକ୍ଷଣ ରହିଛି । ମୁଁ କ୍ୱାରେଣ୍ଟାଇନରେ ଅଛି ‘ ।
ପ୍ରକାଶ ଥାଉକି, Ranvir shorey ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଫିଲ୍ମ’ଲୁଟକେସ’ରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଇରଫାନ୍ ଖାନଙ୍କ ସହ ଅଗ୍ରେଜୀ ମିଡିୟମ୍ ମଧ୍ୟ କରିଥିଲେ । ଫିଲ୍ମ ବ୍ୟତୀତ ସେ ୱେବ ସିରିଜରେ ମଧ୍ୟ ସକ୍ରୀୟ ଅଛନ୍ତି ।