ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳେ । ଏହା ସହିତ ସବୁବେଳେ ସେ ତାଙ୍କର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଭାବବିହ୍ୱଳ ହେବା ଭଳି କିଛି ଫଟୋ ସେୟାର କରିଥିଲେ । ଏହି ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଫଟୋରେ ସେ ତାଙ୍କ ପିତା ରବି ଟଣ୍ଡନଙ୍କ ସହ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘ ମୋର ପ୍ରଥମ ପ୍ରେମ,ମୋ ହିରୋ, ଇସ୍ପିରେସନ୍.....ହାପି ବାର୍ଥ ଡେ ପାପା...ଜୀବନରେ ବହୁତ୍ ଆମେଜିଙ୍ଗ୍ ବର୍ଷ ....’ ।
୧୭ ଫେବୃୟାରୀ ୨୦୨୧ରେ ପିତାଙ୍କର ଜନ୍ମଦିନରେ ରବିନା କିଛି ପୁରୁଣା ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଥିରେ କିଛି ଫଟୋରେ ରବିନାଙ୍କ ପିଲାବେଳର ଫଟୋ ରହିଛି । ଯେଉଁଥିରେ ସେ ପିତାଙ୍କ କୋଳରେ ରହି ବେଶ ଖୁସି ନଜର ଆସୁଥିଲେ । ଏହା ସହିତ ଆଉ କିଛି ଫଟୋ ମଧ୍ୟ ସେ ସେୟାର କରିଥିଲେ ।
ଏହା ପୂର୍ବରୁ ମଧ୍ୟ ରବିନା ତାଙ୍କ ପରିବାରଙ୍କ ସହ କିଛି ଫଟୋ ସେୟାର କରିଥିଲେ । ସେ ସେହି ଫଟୋ ସେୟାର କରି ଲେଖିଥିଲେ ଯେ, ‘ ସନ୍ଡେ ଇସ୍ଲିୟେ ହି ବନେ ହୋତେ ହେ । ମେରା ଘର ଔର ମେରା ଫ୍ୟାମିଲି ‘ ।