ଦେଶର ଦ୍ୱିତୀୟ ଟ୍ରାଇଲୋଜି ସିନେମା ଶଳା ବୁଢ଼ାର ବଦଲା ପୁଣିଥରେ ପ୍ରକ୍ଷେଳୟରେ ମୁକ୍ତିଲାଭ କରିଛି। ଆଉ ସିନେମାକୁ ଦେଖିବା ପାଇଁ ଲୋକଙ୍କ ଭିଡ ପ୍ରମାଣ କରିଛି ଯେ ଅଟଳ ଅମର। ଅଟଳ ବଞ୍ଚିରହିଛନ୍ତି ଓଡ଼ିଶାବାସୀ ମାନସପଟରେ। ଆଉ ଯଦି ସେହି ୯୦ ବର୍ଷିୟା ନାୟକଙ୍କ ଅଭିନୟ ଦେଖିବାକୁ ଚାହୁଁଛନ୍ତି ତେବେ ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ଦେଖିପାରିବେ ଶଳା ବୁଢ଼ାର ବଦଲା। ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ଶଳା ବୁଢାର ବଦଲା ଚଳଚ୍ଚିତ୍ରର ପ୍ରିମିୟର ସୋ ହୋଇଛି ଭୁବନେଶ୍ବର ସ୍ଥିତ ସ୍ଵାତୀ ସିନେମା ହଲରେ l
ପ୍ରିମିଅର ଶୋ'ରେ ବହୁ କଳାକାର, ଓଡ଼ିଆ ସିନେ ପ୍ରେମୀଙ୍କ ସମେତ ଖ୍ୟାତନାମା ପ୍ରଯୋଜକ ପ୍ରମୁଖ ଯୋଗଦେଇଥିଲେ । ସ୍ୱର୍ଗତଃ ଅଟଳ ବିହାରୀ ପଣ୍ଡାଙ୍କ ବ୍ୟତୀତ ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ, ନେତ୍ରାନନ୍ଦ,ଜିତ୍, ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି ଏହି ସିନେମାରେ। ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ |
ଚଳଚ୍ଚିତ୍ରଟି ଏକ ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି । ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକ ସଂସ୍କୃତିକୁ ନେଇ ଏହି ଚଳଚ୍ଚିତ୍ରରେ ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହୋଇଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: