ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ଫିଲ୍ମମେକର୍ସ ରେମୋ ଡିସୁଜା , ନିଜର ଲୋକପ୍ରିୟ ଫିଲ୍ମ ସିରିଜ୍ ‘ଏବିସିଡି’ର ତୃତୀୟ ପାର୍ଟକୁ ନେଇ କାମ ଆରମ୍ଭ କରିଛନ୍ତି । । ଏହାକୁ ନେଇ ନିକଟରେ ରେମେ କିଛି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏହି ଫିଲ୍ମର ସ୍କ୍ରିପ୍ଟ୍କୁ ନେଇ ଲଗାତାର କାମ କରୁଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତା ସମୟରେ ରେମୋ କହିଛନ୍ତି ଯେ, ‘ ଦର୍ଶକଙ୍କୁ ଏହାର ତୃତୀୟ ପାର୍ଟ ଦେଖିବାକୁ ମିଳିବ । ମୁଁ ଏହି ସିରିଜ୍ର ତୃତୀୟ ପାର୍ଟକୁ ନେଇ ଲଗାତାର ପ୍ଲାନିଂ କରୁଛି । ଆମେ ଏବେ ସ୍କ୍ରିପ୍ଟ ଉପରେ କାମ କରୁଛୁ । ଖୁବ୍ ଶୀଘ୍ର ଏହାର ଘୋଷଣା ମଧ୍ୟ କରିବୁ । ଏଥର ଏବିସିଡି ଡିଜନୀ ସହିତ ଆସିବ । ଏଥିପାଇଁ ଆମେ ଚାହୁଁଛୁ ଯେ, ଏହି ଟାଇଟେଲ ପୁଣି ଆସୁ । ସମ୍ଭାବନା ଏହା ଯେ, ଆମକୁ ଏହି ଟାଇଟେଲ ମିଳିଯିବ ।
ରେମୋ କହିଛନ୍ତି’ ଆମେ ଏହାକୁ ଏବିସିଡି ୩ ହି କହିବୁ । ଫିଲ୍ମର ଷ୍ଟାର କାଷ୍ଟକୁ ନେଇ ସେ କୁହନ୍ତି , ସେମାନଙ୍କ ନାଁକୁ ନେଇ ଏବେ ମୁଁ କିଛି କହି ପାରିବି ନାହିଁ କିନ୍ତୁ ହଁ, ଏତିକି କହି ପାରିବି ଯେ, ଏଥର ଯିଏ ବି ହେବେ ଜଣେ ଡାନ୍ସର ହେବେ । ପ୍ରକାଶ ଥାଉକି, ରେମୋ ଡିସୁଜାଙ୍କ ସିରିଜ୍ ଏବିସିଡି ର ପ୍ରଥମ ପାର୍ଟ ୨୦୦୩ରେ ରିଲିଜ୍ ହୋଇଥିଲା । ସେ ଏହି ଫିଲ୍ମରେ କେବଳ ଡାନ୍ସରଙ୍କୁ କାଷ୍ଟ କରିଥିଲେ । ଆଉ ଏହା ଜବରଦସ୍ତ ହିଟ ମଧ୍ୟ ହୋଇଥିଲା ।
ଏହାପରେ ୨୦୧୫ରେ ଏହାର ଦ୍ୱିତୀୟ ପାର୍ଟ ଆସିଥିଲା । କିନ୍ତୁ ଦ୍ୱିତୀୟ ପାର୍ଟରେ ସେ କିଛି ପରିବର୍ତନ କରିଥିଲେ । ଯାହାକି ସେଥିରେ ସେ ଅଭିନେତା ବରୁଣ ଧବନ୍,ଅଭିନେତ୍ରୀ ଶ୍ରନ୍ଧା କପୁରଙ୍କୁ ଏଥିରେ ଲିଡ ରୋଲରେ ନଜର ଆସିଥିଲେ ।