କେବେ ହାର୍ ମାନନ୍ତୁ ନାହିଁ କହିଲେ ରିୟା

ନୂଆଦିଲ୍ଲୀ : ପାଖାପାଖି ବର୍ଷେ ଧରି ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ ବଲିଉଉ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ହେଲେ ଏବେ ପୁଣି ଥରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ଆରମ୍ଭ କଲେଣି । ମଝିରେ ମଝିରେ ସେ କିଛି ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳେ । ଠିକ୍ ସେମିତି ନିକଟରେ, ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ, ସେ କେବେ ହାର୍ ନ ମାନିବାର ମେସେଜ୍ ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ବଗିଚାରେ ଘାସ ଉପରେ ଶୋଇଥିବା ନଜର ଆସୁଛନ୍ତି । ଫଟୋରେ ତାଙ୍କ ମୁହଁ ଦେଖା ଯାଉନାହିଁ । ଟୋପିରେ ସେ ତାଙ୍କ ଅଧା ମୁହଁ ଲୁଚାଇଥିବା ନଜର ଆସୁଛି । ସେହି ଟୋପି ଉପରେ ‘ନେଭର ଗିଭ୍ ଅପ୍’ ଲେଖା ରହିଛି ।
Download Argus News App
