ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରିୟା ଏବଂ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ ଜିମ୍ ବାହାରେ ନଜର ଆସିଥିଲେ । ସବୁଥର ଭଳି ଏଥର ମଧ୍ୟ ତାଙ୍କୁ ଦେଖିବା ମାତ୍ରେ , ଫଟୋଗ୍ରାଫର ତାଙ୍କର ଫଟୋ କ୍ଲିକ୍ କରିବା ଆରମ୍ଭ କରିଦେଲେ । ଏହା ମଧ୍ୟରେ ଫଟୋଗ୍ରାଫର ତାଙ୍କର ହାଲ୍ଚାଲ୍ ମଧ୍ୟ ପଚାରିଥିଲେ । ହେଲେ କିଛି ସମୟ ପରେ ରିୟା ଏବଂ ତାଙ୍କ ଭାଇ ତାଙ୍କ କାରରେ ବସି ସେଠାରୁ ଚାଲିଯାଇଥିଲେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ରିୟା ଚକ୍ରବର୍ତ୍ତୀ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ୍ ମାମଲାରେ ଗିରଫ ହୋଇଥିଲେ । ଜେଲରୁ ବାହାରିବା ପରେ ଏବେ ଧିରେଧିରେ ସେ ସାଧାରଣ ଜୀବନ ଯାପନ କରିବା ଆରମ୍ଭ କରିଛନ୍ତି । ତାଙ୍କର ଏହି ଭିଡିଓକୁ ଭୁମ୍ପ୍ଲା ଇନ୍ଷ୍ଟାଗ୍ରାମ ଆକାଉଂଟରେ ସେୟାର କରାଯାଇଛି । ଏହା ପ୍ରଥମ ଥର ନୁହେଁ ,ଏହା ପୂର୍ବରୁ ମଧ୍ୟ ତାଙ୍କର ଅନେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
କିଛିଦିନ ପୂର୍ବରୁ ରିୟାଙ୍କ ବନ୍ଧୁ ରୁମି ଜାଫରୀ କହିଥିଲେ ଯେ, ଖୁବ୍ ଶୀଘ୍ର ରିୟା ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରି ପାରନ୍ତି । ୨୦୨୧ରେ ଫିଲ୍ମ’ଚେହେରେ’ମାଧ୍ୟମରେ ପୁଣି ସେ ନଜର ଆସିପାରନ୍ତି ।