ଅଭିନେତା ରିଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହନୀ ମୁମ୍ବାଇରେ ପାଖାପାଖି ୬ ମାସ ରହିବା ପରେ ଦିଲ୍ଲୀ ଫେରିଛନ୍ତି । ଦିଲ୍ଲୀରେ ପହଁଚିବା ପରେ ତାଙ୍କ ବାପା-ମାଆଙ୍କ ସହିତ ଥିବା ଏକ ଫଟୋ ସେ ସେୟାର କରିଛନ୍ତି । ସେୟାର କରିଥିବା ଏହି ଫଟୋ ହେଉଛି ପୂର୍ବବର୍ଷ ଦୀୱାଲିର ଫଟୋ । ଏହି ଫଟୋରେ ରିଷି କପୁର୍ ଏକଦମ୍ ଫିଟ୍ ଏଣ୍ଡ ଫାଇନ୍ ଥିବା ନଜର ଆସୁଛନ୍ତି । ରିଦ୍ଧିମା ଏହି ଫଟୋ ସେୟାର କରିବା ସହିତ, କ୍ୟାପସନ୍ରେ ଲେଖିଛନ୍ତି ଯେ, ‘ମିସ୍ ୟୁ ପାପା’ ।
ସୂଚନାଯୋଗ୍ୟ : ରିଷି କପୁରଙ୍କ ପତ୍ନୀ ନୀତୁ କପୁର୍ଙ୍କୁ ବହୁତ୍ ଜଲ୍ଦି ଏକ ନୂଆ ଫିଲ୍ମରେ ଦେଖିବାକୁ ମିଳିବ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଯୁଗ୍ ଯୁଗ୍ ଜିଓ’ ର ସୁଟିଙ୍ଗ୍ ପାଇଁ ଯାଇଥିବାର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହିତ ବରୁଣ ଧାୱନ୍, କିଆରା ଆଡଭାନୀ, ଅନିଲ୍ କପୁର୍ ନଜର ଆସୁଛନ୍ତି ।