ଏହି ପୁରୁଣା ଭିଡିଓରେ ତାଙ୍କୁ ସାମନ୍ଥା, ରଶ୍ମିକା, କିର୍ତ୍ତୀ ସୁରେଶ ଏବଂ ସାଇ ପଲ୍ଲବୀଙ୍କ ମଧ୍ୟରେ କାହା ସହ କାମ କରିବାକୁ ଚାହୁଁଛନ୍ତି ବୋଲି ପଚରାଯାଇଥିଲା। ତାଙ୍କ ପ୍ରତିକ୍ରିୟାରେ ଅଭିନେତା କହିଛନ୍ତି, ‘ମୁଁ ମୋ ଫିଲ୍ମର କାହାଣୀ ଲେଖିବା ପରେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବି ମୁଁ ସ୍ଥିର କରିବି। ମୁଁ ନବାଗତାଙ୍କ ସହିତ କାମ କରିବାକୁ ପସନ୍ଦ କରେ। ମୁଁ ସାଇ ପଲ୍ଲବୀ ଏବଂ ସାମନ୍ଥାଙ୍କ ସହ କାମ କରିବାକୁ ପସନ୍ଦ କରେ ।
ତେବେ ଏହି ବାର୍ତ୍ତାଳାପରେ ସେ ରଶ୍ମିକା ମନ୍ଦାନାଙ୍କୁ ତାଙ୍କ ନାମ ନନେଇ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଜଣେ ଭଲ କଳାକାର ବୋଲି ମଧ୍ୟ କହିଥିଲେ। ଏହା ସହିତ ସେ କହିଛନ୍ତି ଯେ ଆଜିକାଲି ସେ ବହୁତ ଭଲ ଅଭିନେତ୍ରୀ ହୋଇ ପାରିଛନ୍ତି। ଫିଲ୍ମ ‘ପୁଷ୍ପା’ ରିଲିଜ ପରଠାରୁ ମୁଁ ତାଙ୍କର ଫ୍ୟାନ ହୋଇଛି। ଏହି ଚଳଚ୍ଚିତ୍ର ପରେ ସେ ନ୍ୟାସନାଲ କ୍ରସ୍ ମଧ୍ୟ ଆଖ୍ୟା ପାଇଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।