କର୍କଟ ରୋଗର ସଚେତନତା ଉଦେଶ୍ୟ !
ଆଜି ଋିଷି କପୁରଙ୍କ ଜନ୍ମ ବାର୍ଷିକି

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଅଭିନେତା ଋିଷି କପୁର ଏବେ ଆଉ ଏ ଦୁନିଆଁରେ ନାହାଁନ୍ତି ସତ, କିନ୍ତୁ ଆଜିବି ତାଙ୍କ ଅଭିନୟ ସମସ୍ତଙ୍କ ହୃଦୟରେ ବସା ବାନ୍ଧି ରହିଛି । ୪ ସେପ୍ଟେମ୍ବର ମାନେ ଆଜିର ଦିନରେ, ସେ ଜନ୍ମଗ୍ରହଣ କରିଥିଲେ । ତେବେ ଆଜି ହେଉଛି ସେହି ମହାନ୍ କଳାକାରଙ୍କ ଜନ୍ମ ବାର୍ଷିକି । ଆଜିବି ତାଙ୍କୁ ଝୁରୁଛି ଫିଲ୍ମ ଇଣ୍ଡଷ୍ଟ୍ରି ଝୁରୁଛି ତାଙ୍କ ପରିବାର । ଅନେକ ହିଟ ଫିଲ୍ମରେ କାମ କରି ଯାଇଛନ୍ତି ଋିଷି କପୁର । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସବୁବେଳେ ନିଷ୍ଠାର ସହ କାମ କରିବାକୁ ଭଲପାଉଥିଲେ ସେ । ନିଜ ଅଭିନୟ ସହିତ ନିଜ ପରିବାରକୁ ମଧ୍ୟ, ସେ ବହୁତ୍ ଭଲ ପାଆନ୍ତି । ତେବେ ସେ ଏ ଦୁନିଆଁକୁ ଅଲବିଦା କରି ଯିବା ସହିତ , ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରି ଯାଇଛନ୍ତି ।
Download Argus News App
