ଫଟୋରେ ଦେଖିବାକୁ ମିଳୁଛି ଯେ, ରିତେଶ ନିଜର ଟିମ୍ ସହିତ ଚାଲିବା ସମୟରେ ଏକଦମ୍ ଧ୍ୟାନ ଦେଇ ରାସ୍ତାରେ ନିଜର ନଖ କାଟୁଥିବା ନଜର ଆସୁଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି, ସେ ମାସ୍କ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳୁଛି ।
ରିତେଶ୍ଙ୍କ ଆଉଟଫିଟର କଥା କହିବାକୁ ଗଲେ, ସେ ଜିନ୍ସ ସହିତ ଟି-ସର୍ଟ ପିନ୍ଧିଛନ୍ତି । ତାଙ୍କର ଏହି ଲୁକ୍କୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି ।
ରିତେଶ ଦେଶମୁଖ୍ଙ୍କ ପରେ ତାଙ୍କ ପତ୍ନୀ ଜେନେଲିଆ ଡିସୁଜା ମଧ୍ୟ ନଜର ଆସିଥିଲେ । ଫଟୋରେ ଦେଖିବାକୁ ମିଳୁଛି ଯେ, ସେ କାରରୁ ବାହାରିବା ସମୟରେ ସିଟ୍ ବେଲ୍ଟରେ ତାଙ୍କ ହାତ ଫସିରହୁଛି । ପ୍ରକାଶ ଥାଉକି, ନିକଟରେ ତାଙ୍କ ହାତ ଫ୍ୟାକ୍ଚର୍ ହୋଇଥିଲା । ସେ ମଧ୍ୟ କରୋନାକୁ ଧ୍ୟାନ ରଖି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳୁଛି । ଏକଦମ୍ ସିମ୍ପୁଲ୍ ଏବଂ ସୁନ୍ଦର ଆଉଟଫିଟରେ ସେ ନଜର ଆସୁଛନ୍ତି ।