ତାଙ୍କର ଏହି ଭିଡିଓରେ ରିତେଶଙ୍କ ଆକ୍ଟିଙ୍ଗ ଦେଖିବା ଭଳି ହୋଇଛି । ଏଥିରେ ଦେଖିବାକୁ ମିଳୁଛି ଯେ, ରିତେଶ ମୁଣ୍ଡ ବଥା କଷ୍ଟ ପାଉଥିବା ବେଳେ, ଜେନେଲିଆ ତାଙ୍କୁ ପଚାରୁଛନ୍ତି କ’ଣ ହେଲା । ଏହାପରେ ରିତେଶ କୁହନ୍ତି ଯେ ମୁଣ୍ଡ ବଥା କରୁଛି । ତ ପୁଣି ଜେନେଲିଆ ପଚାରନ୍ତି ଯେ, କଉଠି .... । ତାଙ୍କର ଏହି ପ୍ରଶ୍ନରେ ରିତେଶ ହଇରାଣ ହୋଇ ଯାଆନ୍ତି । ଏବଂ ଭଗବାନଙ୍କୁ ମନେ ପକାଇବା ଆରମ୍ଭ କରି ଦିଅନ୍ତି । ତାଙ୍କର ଏହି ମଜାଦାର ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନଙ୍କ ସମେତ ,ଆଉ କିଛି କଳାକାର ମଧ୍ୟ ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ।
ପତ୍ନୀଙ୍କ ପ୍ରଶ୍ନରେ ଭଗବାନଙ୍କୁ ମନେ ପକାଇଲେ ରିତେଶ୍ ଦେଶମୁଖ୍

ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତା ରିତେଶ୍ ଦେଶମୁଖ୍ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଧୂମ୍ ମଚାଇବାରେ ଳାଗିଛି । ଯେଉଁଥିରେ ଗୋଟେପଟେ ତାଙ୍କ ମୁଣ୍ଡ ବଥା କରୁଥିବା ସମୟରେ , ତାଙ୍କ ପତ୍ନୀ ଜେନେଲିଆ ଡିସୁଜାଙ୍କ ଏକ ପ୍ରଶ୍ନରେ ସେ ଭଗବାନଙ୍କୁ ମନେ ପକାଇବା ଆରମ୍ଭ କରି ଦିଅନ୍ତି । ଏହି ଭିଡିଓକୁ ଜେନେଲିଆ ଡିସୁଜା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି ।
Download Argus News App
