ନୂଆଦିଲ୍ଲୀ : ବିଗ୍ବସ୍ ସିଜିନ୍ ୧୪ର ବିଜେତା ହେବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ରୁବିନା ଦିଲୈକ୍ । କେବଳ ଏତିକି ନୁହେଁ , ଏହା ସହିତ ସେ କୌଣସି ନାଁ କୌଣସି ପ୍ରୋଜେକ୍ଟକୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି । ଏବେ କଲର୍ସ ଏକ ଭିଡିଓ ପ୍ରମୋ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛି , ଯେଉଁଥିରେ ଦେଖିବାକୁ ମିଳୁଛି ରୁବିନା ଖୁବ୍ ଶୀଘ୍ର କଳର୍ସ ଟିଭିର ଶୋ’’ଶକ୍ତି ଅସ୍ତିତ୍ୱ କି ଏହେସାସ୍ କି’ରେ ପୁଣି ଥରେ ଧମାକାଦାର ଭାବେ ଫେରିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ରୁବିନା, ନିଜ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ଖୁବ୍ ଶୀଘ୍ର ସେ ଏହି ଶୋ’କୁ ଫେରିବାକୁ ଯାଉଥିବାର ହିଣ୍ଟସ୍ ଫ୍ୟାନ୍ସଙ୍କୁ ଦେଇଥିଲେ ।
ଏହି ଶୋ’ରେ ରୁବିନା ଟ୍ରାନ୍ସଜେଣ୍ଡର ସୋମ୍ୟା ଭୂମିକା ନିଭାଉଥିଲେ । କେବଳ ଏତିକି ନୁହେଁ, ଏହି ଭୂମିକାକୁ ଦର୍ଶକ ବହୁତ୍ ପସନ୍ଦ କରୁଥିଲେ ମଧ୍ୟ । ସୋମ୍ୟା ଯେଉଁଭଳି ଭାବେ ସମାଜରେ ନିଜର ପରିଚୟ ପାଇଁ ଆୱାଜ୍ ଉଠାନ୍ତି ତାହା ହିଁ ଦର୍ଶକଙ୍କୁ ବେଶ ଆକୃଷ୍ଟ କରେ । କଲର୍ସ ଟିଭି ନିକଟରେ ଏହି ଶୋ’ର ଏକ ପ୍ରମୋ ଜାରି କରିଛନ୍ତି , ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ରୁବିନା ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି ।