
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ମିସେସ କୌଶଲ୍ । ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଭିକ୍ଟ୍ରିନା । ବିବାହ ପରେ ସୋସିଆଲ ମି଼ଡିଆରେ ଫୋଟ ସେୟାର କରିବା ପରେ ଫ୍ୟାନ୍ସଙ୍କର ଛୁଟୁଛି ଶୁଭେଚ୍ଛାର ସୁଅ । କେହି କେହି ତାଙ୍କ ମଙ୍ଗଳସୁତ୍ରକୁ ପ୍ରଶଂସା କରୁଛନ୍ତି ତ କିଏ ଲେହେଙ୍ଗା । ପୁଣି କ୍ୟାଟ୍ରିନା ପିନ୍ଧିଥିବା ମୁଦିକୁ ନେଇ ବି ଖୁବ ଚର୍ଚ୍ଚା ହେଉଛି । ହେଲେ ସୋସିଆଲ ମିଡିଆରେ କ୍ୟାଟ୍ରିନା ପିନ୍ଧିଥିବା ଲାଲ ଲେହେଙ୍ଗା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫ୍ୟାନ୍ସ କହୁଛନ୍ତି ଏହି ଡିଜାଇନ ନୂଆ ନୁହେଁ ।
ପୂର୍ବରୁ ଏକ ଫଟୋ ସୁଟ୍ ରେ ଫ୍ୟାସନ ଡିଜାଇନର ମସାବା ଗୁପ୍ତା ଏହାକୁ ପିନ୍ଧି ସାରିଛନ୍ତି । 2021ରେ ମସାବା କରିଥିବା ଏକ ଫଟୋ ସୁଟ୍ ରେ ସେ ପିନ୍ଧିଥିବା ଗହଣା ଓ କ୍ୟାଟ୍ରିନା ପିନ୍ଧିଥିବା ଗହଣାରେ ଅନେକ ମାତ୍ରାରେ ସାମଞ୍ଜସ୍ୟ ରହିଛି । ସବ୍ୟସାଚୀଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଜୁଏଲାରୀ ହୀରାରେ ତିଆରି ହୋଇଛି । ଯେଉଁଥିରେ ହୀରା ସହ 22 କ୍ୟାରେଟ୍ ର ସୁନା ମଧ୍ୟ ଲାଗିଛି । ଯେଉଁଥିରେ ସାଧା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି କ୍ୟାଟ୍ରିନା ।
ସବ୍ୟସାଚୀଙ୍କ ଲାଲ ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ କ୍ୟାଟ୍ । କିନ୍ତୁ ଏଥିରେ କିଛି ନୂଆ ନଥିଲା ବୋଲି କହୁଛନ୍ତି ଫ୍ୟାନ୍ସ । ଜୁଲାଇ 2021ରେ ମସାବା ଗୁପ୍ତା ସବ୍ୟସାଚୀଙ୍କ ପାଇଁ ଏକ ଫଟୋ ସୁଟ୍ କରିଥିଲେ । ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ସେଥିପାଇଁ ଫ୍ୟାନ୍ସ କହୁଛନ୍ତି ସବ୍ୟସାଚୀ କ୍ୟାଟ୍ରିନାଙ୍କ ପାଇଁ କିଛି ନୂଆ ଡିଜାଇନ କରିନାହାନ୍ତି ।
ସେଲିବ୍ରିଟିଙ୍କ ବିହାର ପ୍ରଥମ ପସନ୍ଦ ଥାଏ ସବ୍ୟସାଚୀଙ୍କ ଲେହଙ୍ଗା । ନିକଟରେ ବାହା ହେଇଥିଲେ ରାଜକୁମାକର ରାଓ ଓ ପତ୍ରଲେଖା । ନିଜର ବିବାହ ପୋଷାକ ପାଇଁ ଉଭୟ ବାଛିଥିଲେ ସବ୍ୟସାଚୀଙ୍କୁ । ବେଙ୍ଗଲି ପରମ୍ପାରାରେ ବିବାହ ହୋଇଥିବା ସମୟରେ ଲାଲ ରଙ୍ଗର ଏମ୍ବ୍ରୋଡ଼ୋରି ବୁଟି ଶାଢୀକୁ ଆପଣାଇ ଥିଲେ ପତ୍ରଲେଖା। ସେଥିରେ ବଙ୍ଗଳାରେ କିଛି କବିତା ଲେଖାଯାଇଥିଲା ।
ଦେଶୀ ଗର୍ଲ ପ୍ରିୟାଙ୍କା ଚୋପ୍ରା ଓ ନିକ୍ ଉଭୟ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତିରେ ବାହା ହୋଇଥିଲେ । ଯେତେବେଳେ ପ୍ରିୟଙ୍କା ଡିଜାଇନର ସବ୍ୟସାଚୀଙ୍କର ଲାଲ ଲେହେଙ୍ଗା ପିନ୍ଧିଥିଲେ, ଅତି ଚମତ୍କାର ଦେଖାଯାଇଥିଲେ । ତାଙ୍କ ପ୍ରଶଂସକମାନେ ଖୁବ ପ୍ରଶଂସା କରିଥିଲେ । ଦୀପିକା ଓ ରଣବୀରଙ୍କର ପ୍ରଥମ ପସନ୍ଦ ଥିଲେ ସବ୍ୟସାଚୀ । ଇଟାଲୀର ଲେକ କୋମୋରେ ସିନ୍ଧି ଓ କୋଙ୍କଣି ପରମ୍ପାରା ଅନୁଯାୟୀ ବିବାହ କରିଥିଲେ । ସିନ୍ଧି ବିବାହ ପାଇଁ ଲାଲ ଲେହେଙ୍ଗା ପିନ୍ଧିଥିଲେ ଦୀପିକା ଯେଉଁଥିରେ ଲେଖାହୋଇଥିଲା ସଦା ସୌଭାଗ୍ୟବତୀ ଭବ ।
ଅନୁଷ୍କା ଶର୍ମା ଓ ବିରାଟ କୋହିଲିଙ୍କ ବାହାଘରକୁ ବିତି ଗଲାଣି ଚାରି ବର୍ଷ । ହେଲେ ଏପର୍ଯ୍ୟନ୍ତ ଲୋକମାନେ ଭୁଲିନାହାନ୍ତି ତାଙ୍କର ସେହି ପିଙ୍କ୍ ଲେହେଙ୍ଗାକୁ । ସବ୍ୟସାଚୀ ତାଙ୍କର ଏହି ବିଶେଷ ଦିନ ପାଇଁ ଗୋଲାପୀ ରଙ୍ଗର ପୋଷାକ, ଯେଉଁଥିରେ ସୁନା ଏବଂ ରୂପା, ପଦ୍ମ ଫୁଲ, ବିଦେଶୀ ପକ୍ଷୀ ଏବଂ ପ୍ରଜାପତିର ଡିଜାଇନ କରିଥିଲେ ।
