ନୂଆଦିଲ୍ଲୀ : ଅଭିନେତ୍ରୀ କରୀନା କପୁର ଏବଂ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ଏକଦମ୍ ପ୍ରସ୍ତୁତ ହୋଇ ଅଛନ୍ତି । ସେମାନେ ତୈମୁରଙ୍କ ଭାଇ କିମ୍ବା ଭଉଣୀର ଜନ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । କିନ୍ତୁ ଏଥର ତାଙ୍କ ଛୁଆ ଏବଂ ତାର ପ୍ରାଇଭେସିକୁ ନେଇ କରୀନା ଏବଂ ସୈଫ୍ ଏକ ବଡ ନିଷ୍ପତି ନେଇଛନ୍ତି ।
କରୀନା ଏବଂ ସୈଫ୍ ଏଥର କିନ୍ତୁ ଦ୍ୱିତୀୟ ସନ୍ତାନର ଜନ୍ମକୁ ନେଇ ପୂର୍ବଭଳି ନର୍ଭସ ନାହାଁନ୍ତି । ପିଲା ଜନ୍ମଠାରୁ ନେଇ ପାଳନ,ପୋଷଣ ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତି ପାଇଁ ଦୁହେଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏଥର ସେମାନେ ତୈମୁରଙ୍କ ଭଳି ପିଲାକୁ ଆରମ୍ଭରୁ ସେଲିବ୍ରେଟିର ଦର୍ଜା ନଦେବା ପାଇଁ ଭାବିଛନ୍ତି ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ସୈଫ୍ ଏବଂ କରୀନା ମଧ୍ୟ ନିଜ ପିଲାର ପ୍ରାଇଭେସି ବନାଇ ରଖିବା ପାଇଁ ଚାହୁଁଛନ୍ତି । ସେ ତାଙ୍କ ପିଲା ଉପରେ ମିଡିଆର ବହୁତ୍ ବେଶୀ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁ ନାହାଁନ୍ତି ।
ଏହା ସହିତ ସେମାନେ ଏହି ନିଷ୍ପତି ମଧ୍ୟ ନେଇଛନ୍ତି ଯେ, ଫ୍ୟାନ୍ସମାନଙ୍କୁ ପିଲାର ଅପଡେଟ ଦେବାପାଇଁ ସେମାନେ ସୋସିଆଲ ମିଡିଆରେ ଲଗାତାର ସକ୍ରିୟ ରହିବେ ।