ଜେଲରୁ ମୁକୁଳିଲେ ନାଗା ସାଧୁ ବୈଷ୍ଣବ ପୁରୀ
ନୂଆଦିଲ୍ଲୀ : ୫ ମାର୍ଚ୍ଚରେ କରୋନା ଟୀକା ନେଇଛନ୍ତି ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ । ଏ ବିଷୟରେ ସେ ନିଜେ କୌଣସି ସୂଚନା ଦେଇ ନାହାନ୍ତି, କିନ୍ତୁ ମିଡିଆ କ୍ୟାମେରାରେ କରୋନା ଟୀକା କେନ୍ଦ୍ରରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଫଟୋରେ ଆପଣ ଦେଖିପାରିବେ ଯେ, ସୈଫ୍ ଅଲ୍ଲୀ ଖାନଙ୍କ ସହ ଆହୁରି ଅନେକ୍ ଲୋକ ନଜର ଆସୁଛନ୍ତି ।
ଏହି ଫଟୋରେ ସୈଫ୍ ଟୀକା ଲଗାଇବା ପରେ,ଗାଡି ପାଖକୁ ଯାଉଥିବା ନଜର ଆସୁଛନ୍ତି । ସେ ଏକ ନୀଳ ରଙ୍ଗର କୁର୍ତା ପିନ୍ଧିଥିବା ଦେଖିବାକୁ ମିଳୁଛି । ଏହା ସହିତ ମୁହଁରେ ନାଲି ରଙ୍ଗର ଏକ କପଡା ବାନ୍ଧିଥିଲେ । କୁହାଯାଉଛି ଯେ, ଅଭିନେତା ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ କରୋନା ଟୀକା ନେଇଛନ୍ତି । ଯେତେବେଳେ ସେ କରୋନା ଟୀକା ନେବାକୁ ଯାଇଥିଲେ,ସେତେବେଳେ ଅନ୍ୟ ଲୋକମାନେ ମଧ୍ୟ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।