ନିଜ ଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ସଲମାନ୍ ଖାନ୍, ଉଭୟେ ସାଙ୍ଗ ହୋଇ କଟାଉଛନ୍ତି ଟାଇମ୍। ସଲମାନ ତାଙ୍କର ଲଭ ଲାଇଫ୍କୁ ନେଇ ଏବେ ସିରିୟଶ ଅଛନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଏନେଇ ଦୁହେଁ କିଛି ମୁହଁ ଖୋଲି ନାହାନ୍ତି। ଦୀର୍ଘ ଦିନ ଧରି ବିଦେଶୀ ବିୟୁଟି ୟୁଲିଆ ଭନ୍ତୁରଙ୍କ ସହ ସଲମାନଙ୍କ ସମ୍ପର୍କକୁ ନେଇ ବହୁତ କିଛି ଶୁଣିବାକୁ ମିଳୁଥିଲା । ହେଲେ ଏବେ ଶୁଣାଯାଉଛି, ସଲମାନ୍ ତାଙ୍କ ଠାରୁ ୨୪ ବର୍ଷ ସାନ ପୂଜା ହେଗଡେଙ୍କୁ ଡେଟ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସଲମାନ ଡେଟ କରୁଥିବା ଅଭିନେତ୍ରୀ ହେଉଛନ୍ତି ପୂଜା ହେଗଡେ ।
ପୂଜା ତାଙ୍କ ସହ ୨ ଟି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ ରେ ସେ ସଲମାନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ ପୂଜାଙ୍କ ୨ ଟି ଫିଲ୍ମ ପାଇଁ ସାଇନ ମଧ୍ୟ କରିଛନ୍ତି । ଗୋଟିଏ ସଲମାନଙ୍କ ସହ ଫିଲ୍ମ କରୁଥିବାବେଳେ ଆଉ ଗୋଟିଏ ରଣବୀର ସିଂଙ୍କ ଅପୋଜିଟରେ ସର୍କସ ମୁଭିରେ ନଜର ଆସିବେ। ସଲମାନଙ୍କ ଡେଟିଂ ଖବର ନେଇ ଟ୍ଵିଟ କରିଛନ୍ତି ଉମରେ ସଂଘୁ ନାମକ ଜଣେ ୟୁଜର। ସେ ଲେଖିଛନ୍ତି ବ୍ରେକିଂ ନ୍ୟୁଜ୍-`ସହର ମେ ଆୟା ନୟା କପଲ’। ମେଗାଷ୍ଟାର ସଲମାନ ଖାନ୍କୋ ପୂଜା ହେଗଡେ ସେ ପ୍ୟାର ହୋ ଗୟା ହୈ। ଏ ଦୁହେଁ ଆଜିକାଲି କ୍ୱାଲିଟି ସମୟ ଦେଉଛନ୍ତି। ତେବେ ସୂଚନା ଥାଉ କି ସଲମାନ ଏବେ ‘କିକ୍ ୨’, କିସି କା ଭାଇ କିସି କା ଜାନ୍ ଓ ନୋ ଏଣ୍ଟ୍ରି ରେ ନଜର ଆସିବେ ।