ସେଠାରୁ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆଶ୍ରମରେ ବସି ଚରଖା ଚଲାଉଥିବା ନଜର ଆସୁଛନ୍ତି । ତେବେ ପାଖାପାଖି ୧୫ ମିନିଟ ଯାଏ ସେ ସେଠାରେ ରହିଥିଲେ । ସେଠାରେ ଏକଦମ୍ ପାରମ୍ପାରିକ ଅନ୍ଦାଜରେ ତାଙ୍କର ସ୍ବାଗତ କରାଯାଇଥିଲା । ତେବେ ସେଠାରେ ସଲମାନ୍ ଖାନ୍ ଭିଜିଟର ବୁକରେ ଏକ ଖାସ ସନ୍ଦେସ ଲେଖିଥିଲେ । ସେ ଲେଖିଥିଲେ ଯେ, ‘ମତେ ଏଠାକୁ ଆସି ବହୁତ୍ ଭଲ ଲାଗିଲା । ଏହି ସମୟକୁ ମୁଁ କେବେ ଭୂଲି ପାରିବି ନାହିଁ । ମତେ ପ୍ରଥମ ଥର ଏଠାକୁ ଆସିବାର ସୁଯୋଗ ମିଳିଛି । ମତେ ଏହି ଆଶ୍ରମକୁ ପୁଣି ଥରେ ଆସିବାକୁ ଭଲ ଲାଗିବ’ । ତେବେ ତାଙ୍କର ଏହି ପୋଷ୍ଟ ଏବେ ବେଶ ଭାଇରାଲ ହେଉଛି ।