ଏଥିପାଇଁ ୨୪୯ ଟଙ୍କା ଦେବାକୁ ପଡ଼ିବ । ତେବେ ସିନେମା ହଲରେ ଗୋଟିଏ ଟିକେଟର ଦାମ ୩୦୦ରୁ ଉର୍ଦ୍ଧ୍ୱ ଥିବାବେଳ ମାତ୍ର ୨୪୯ ଟଙ୍କାରେ ପରିବାର ବର୍ଗ ଏହି ସିନେମା ଦେଖିପାରିବେ । କରୋନାର ମହାମାରୀ ଦେଶକୁ ଭୟଭୀତ ଅବସ୍ଥାରେ ରଖିଥିବାବେଳେ ଲକଡାଉନ, ନାଇଟ କର୍ଫୁ ଭଳି ପନ୍ଥା ସରକାର ଅବଲମ୍ୱନ କରିଛନ୍ତି। ଏଭଳି ସ୍ଥିତିରେ ସମସ୍ତେ ଘରେ ରହୁଛନ୍ତି। ବର୍ତ୍ତମାନ ଘରେ ବସି ଆରାମରେ ମୁଭି ଦେଖିପାରିବେ ଦର୍ଶକ।
ରିଲିଜ ହେଲା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାଧେ'

ନୂଆଦିଲ୍ଲୀ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମୁକ୍ତିଲାଭ କଲା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାଧେ' । ସିନେମା ହଲ ସହ ଏହା ଟିଭି ପରଦାରେ ମଧ୍ୟ ଦେଖିହେବ ବୋଲି ସୂଚନା ମିଳିଛି । ଜିପ୍ଲେକ୍ସ, ଜି୫ ପ୍ଲାଟଫର୍ମରେ ଏହି ସିନେମା ଦେଖିହେବ । ସେହିପରି ଯେଉଁମାନଙ୍କର ଡିସ, ଟାଟା ସ୍କାଏ, ଡିଟୁଏଚ, ଏୟାରଟେଲ ଡିଜିଟାଲ ଟିଭି ରହିଛି ସେମାନେ ମଧ୍ୟ ଜିପ୍ଲେକ୍ସରେ ଏହାକୁ ଦେଖିପାରିବେ । କରୋନା ପାଇଁ ସିନେମା ହଲ ବେପାର ମାନ୍ଦା ହେବାର ଥିବାବେଳେ ଟିଭି ପରଦାରୁ ସିନେମାଟି ରାଜସ୍ୱ ଅର୍ଜନ କରିବାକୁ ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
Download Argus News App
