ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଧିରେଧିରେ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିରେ ଏହାର ପ୍ରଭାବ ଅଧିକ ପଡିଥିବା ଦେଖିବାକୁ ମିଳୁଛି । ଅନେକ୍ କଳାକାର ଏହାରି ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି । ଏବେ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଚିନ୍ତା ବଢାଇଛି କରୋନା । କାହିଁକି ନାଁ , ଆଗକୁ ଭାଇଜାନ ସଲମାନଙ୍କ ଖାନଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଇଦ୍ ଅବସରରେ ସଲମାନ୍ ଖାନଙ୍କ ଆସିବାକୁ ଯାଉଥିବା ଫିଲ୍ମ’ରାଧେ’କୁ ନେଇ, ଭାଇଜାନ୍ଙ୍କ ସମେତ ତାଙ୍କ ଫ୍ୟାନ୍ସମାନେ ବେଶ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ହେଲେ ଅନ୍ୟପଟେ କରୋନାକୁ ଦୃଷ୍ଟିରେ ରଖି, ବର୍ତ୍ତମାନ୍ ଏହି ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି ।
ନିକଟରେ ଏକ ଇଣ୍ଟରଭ୍ୟୁରେ ସଲମାନ୍ ଖାନ୍ ଚଳିତ ଇଦରେ ଫିଲ୍ମ’ରାଧେ’ ରିଲିଜ୍ କରିବାକୁ ସ୍ପଷ୍ଟ କରିଛନ୍ତି । ହେଲେ ଯଦି ଆଗକୁ ଏମିତି ମୁମ୍ବାଇରେ ଲକଡାଉନ୍ ଜାରି ରୁହେ ଏବଂ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲେ ,ତେବେ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚାଇବାକୁ ପଡିବ । ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷ ଇଦରେ ରିଲିଜ୍ କରିବାକୁ ପଡିବ ବୋଲି ସଲମାନ୍ ଖାନ୍ କହିଛନ୍ତି ।
ଲୋକମାନେ ଯଦି ନିଜ ଧ୍ୟାନ ରଖିବା ଆରମ୍ଭ କରିବେ, ମାସ୍କ ପିନ୍ଧିବେ ,ସାମାଜିକ ଦୂରତା ପାଳନ କରିବେ ତେବେ, କରୋନା ଦ୍ୱିତୀୟ ଲହରୀ ଖୁବ୍ ଶୀଘ୍ର ଶେଷ ହୋଇଯିବ ।
ଏହା ସହିତ ସଲମାନ୍ ଖାନ୍ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଲୋକମାନେ ସରକାର କରିଥିବା ନିୟମ ପାଳନ ନକରିବେ , ତେବେ କରୋନା ମାମଲା ଏପରି ବଢି ଚାଲିବ ।