ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ନାଗା ଏକ ହୋଟେଲରେ ରହୁଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ, ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ଶନିବାର ଦିନ ସାମନ୍ଥା ଏବଂ ନାଗା ଚୈତନ୍ୟ ଛାଅଲଗା ହୋଇଥିବା ଘୋଷଣା କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ସାମନ୍ଥା ଲେଖିଥିଲେ ଯେ, ବହୁତ୍ ବୁଝି ବିଚାରି ଦୁହେଁ ଅଲଗା ହେବାର ନିଷ୍ପତି ନେଇଛନ୍ତି । ୧୦ ବର୍ଷରୁ ଅଧିକ ଦିନ ହେବ ଆମେ ଭଲ ବନ୍ଧୁ ଥିଲୁ । ଆଗକୁ ମଧ୍ୟ ଆମ ମଧ୍ୟରେ ବହୁତ୍ ଭଲ ବନ୍ଧୁତା ରହିବ । ଆମେ ଫ୍ୟାନ୍ସ ଓ ଶୁଭଚିନ୍ତକ ମାନଙ୍କୁ ଅନୁରୋଧ କରୁଛୁ ଯେ, ଏହି ପରିସ୍ଥିତିରେ ଆମକୁ ସପୋର୍ଟ କରନ୍ତୁ । ଏବଂ ଆଗକୁ ବଢିବାକୁ ସାହାଯ୍ୟ କରନ୍ତୁ । ଆପଣମାନଙ୍କ ସପୋର୍ଟ ପାଇଁ ଧନ୍ୟବାଦ୍ ।