୨୦୦୫ର ହିଟ୍ ଫିଲ୍ମ ନୋ ଏଣ୍ଟ୍ରି ସିକ୍ୱେଲ ହେବାକୁ ଯାଉଛି । ଖୁବଶୀଘ୍ର ଏହାର ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହେବ। ମିଳିଥିବା ତଥ୍ୟ ଅନୁସାରେ ଏହି ସିକ୍ୱେଲ ଫିଲ୍ମରେ ପୂର୍ବ ପରି ସଲ୍ମାନ ଖାନ୍, ଅନିଲ୍ କପୁର, ଫରଦିନ ଖାନ୍ ରହିବେ । ସଲମାନ୍ଙ୍କ ବିପକ୍ଷରେ ଜଣେ ସାଉଥ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ତେବେ କିଏ ସାଜିବ ସଲ୍ଲୁଙ୍କ ହିରୋଇନ୍ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ବଲିଉଡ୍ ଲାଇଫ୍ର ତଥ୍ୟ ଅନୁସାରେ, ନୋ ଏଣ୍ଟ୍ରି-୨ ପାଇଁ ଚାରି ଜଣ ସାଉଥ ସୁନ୍ଦରୀଙ୍କ ନାମ ଚର୍ଚ୍ଚା ହେଉଛି ।
ସେମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା, ସାମାନ୍ଥା ରୁଥୁ ପ୍ରଭୁ, ପୁଜା ହେଗ୍ଡେ, ତମନ୍ନା ଭାଟିଆ ରହିଛନ୍ତି । ତେବେ କାହାକୁ ଫାଇନାଲ୍ କରାଯିବ । ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା । ଏହାସହ ଏହି ଫିଲ୍ମକୁ ନେଇ ଦର୍ଶକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି।