
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡି । ଗତ ଶୁକ୍ରବାର ଦିନ ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବଡି ଟ୍ରାନ୍ସଫରମେସନ ଦେଖିବାକୁ ମିଳୁଛି । ସେ ଅନେକ ପରିମାଣରେ ନିଜର ଓଜନ କମ୍ କରିଛନ୍ତି । ଅତ୍ୟଧିକ ମୋଟା ଥିବା ହେତୁ, ସେ ନିଜକୁ ଫିଟ ରଖିବା ପାଇଁ ଜୋରଦାର ଓ୍ବାର୍କଆଉଟରେ ଲାଗି ପଡିଥିଲେ । ଦୁଇଟି ଫଟୋ ସେ କୋଲାଜ କରି ସେୟାର କରିଛନ୍ତି । ଯାହା ଦେଖିବା ପରେ ଫ୍ୟାନ୍ସ ଏକଦମ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ସେୟାର କରିଥିବା ପ୍ରଥମ ଫଟୋରେ ତାଙ୍କର ପେଟ ବାହାରିଥିବା ନଜର ଆସୁଛି ଏବଂ ଦ୍ବିତୀୟ ଫଟୋରେ ତାଙ୍କ ପେଟ କମିଥିବା ନଜର ଆସୁଛି । ଏହା ସହିତ ସେ ଓଜନ କମ୍ ହେବା ପଛର ରାଜ୍ ମଧ୍ୟ ଖୋଲିଛନ୍ତି ।
ସେ ଏହି ଫଟୋ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ‘ଏହି ଫଟୋ ଲୋକଙ୍କ ଆଖିକୁ ଧୋକ୍କା ଦେଇପାରେ । ମୁଁ ଓ୍ବାର୍କଆଉଟ କରୁଛି, ଆଉ ଫଳାଫଳ ବି ମୁଁ ଦେଖି ପାରୁଛି । ହେଲେ ଏବେ ଯାଏଁ ବି ମୋ ପେଟ ପୁରା କମି ନାହିଁ । ହେଲେ ଏହା ମଧ୍ୟ କିଛି ମାସ ମଧ୍ୟରେ କମିଯିବ । ମୁଁ ନିଜକୁ ଉସ୍ବାହିତ କରେ ସେହି ଲୋକମାନଙ୍କୁ ଦେଖି ଯେଉଁମାନେ ସତରେ ଏମିତି ନଜର ଆସନ୍ତି । ଏହା ହେଉଛି ମୋର ଫିଟନେସ ମୋଟିଭେସନ । ଯାହା ମତେ ହାର୍ଡ ଓ୍ବାର୍କ କରିବା ପାଇଁ ବାଧ୍ୟ କରେ । ମୋର ଏହି ସପ୍ତାହ ଭଲରେ ଯାଇଛି । ଚିନି ନଖାଇବା ସହିତ ଫାଷ୍ଟିଂ କରିବା ଠାରୁ ଆରମ୍ଭ କରି, ଯୋଗ କରେ, ଏବଂ ଏହା ସହିତ ସପ୍ତାହରେ ୪ ଥର ବ୍ୟାଡମିଣ୍ଟନ ଖେଳେ । ଆଶା କରୁଛି ଆଗକୁ ମଧ୍ୟ ମୁଁ ଏଥିରେ ସଫଳ ହେବି ।
